ସମାଜରେ ଶିକ୍ଷାର ପ୍ରଗତୀ ନିମନ୍ତେ ପାଠାଗାର ଭୂମିକା ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର,୧୨/୮/୨୦୨୪ (ଓଡ଼ିଶା ସମାଚାର)- ମାନବ ସମାଜର ଯାବତୀୟ ଉନ୍ନତିର ଅନ୍ତରାଳରେ ଶିକ୍ଷା ହିଁ ଅସଲ ଚାବିକାଠି, ଯାହାର ମାନ ବୃଦ୍ଧି ଓ ସମାଜରେ ଶିକ୍ଷାର ପ୍ରଗତୀ ନିମନ୍ତେ ପାଠାଗାର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଭୁବନେଶ୍ୱର ଭଞ୍ଜକଳା ମଣ୍ଡପ ଠାରେ ପାଠାଗାର ଆନ୍ଦୋଳନର ଜନକ ଡ. ଏସ ଆର୍ ରଙ୍ଗନାଥନ ଜୟନ୍ତୀ ଉତ୍ସବ ଓ ଓଡ଼ିଶା ମହାବିଦ୍ୟାଳୟ ଗ୍ରନ୍ଥାଗାରରିକ ସଂଘ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ଗ୍ରନ୍ଥାଗାରରିକ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ କୁମାର ପୂଜାରୀ ପ୍ରକାଶ କରିଛନ୍ତି।ଭୁବନେଶ୍ୱର ଏକାମ୍ର ବିଧାୟକ ତଥା ଓସିଏଲଏ ସଭାପତି ଶ୍ରୀଯୁକ୍ତ ବାବୁ ସିଂ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଓଷ୍ଟା ର ପୂର୍ବତନ ସମ୍ପାଦକ ଅବସରପ୍ରାପ୍ତ ପ୍ରଫେସର ବନ ବିହାରୀ ପୃଷ୍ଟି, ସମ୍ମାନୀତ ଅତିଥି ଭାବେ ଆବାହକ ଓସିଏଲଏ ତଥା ଉପଦେଷ୍ଟା ଅର୍ଜୁନ କୁମାର ଜେନା, କାର୍ଯ୍ୟକାରୀ ସଭାପତି ହୃଷୀକେଶ ମିଶ୍ର , ସାଧାରଣ ସମ୍ପାଦକ ତ୍ରିଲୋଚନ ପଣ୍ଡା,ଉପସଭାପତି ନନ୍ଦ କିଶୋର ଧୀର , ଲମ୍ବୋଦର ପାଢୀ ପ୍ରମୁଖ ଯୋଗ ଦେଇ ଗ୍ରନ୍ଥାଗାରିକ ଦିବସର ତାପ୍ତର୍ଯ୍ୟ ଓ ଡ ଏସ ଆର୍ ରଙ୍ଗନାଥନ ଙ୍କ ଉପରେ ଆଲୋକପାତ କରିବା ସହ ଗ୍ରନ୍ଥଗାର ର ବିକାଶ ପ୍ରତି ଯତ୍ନଶୀଳ ହେବାକୁ ଗ୍ରନ୍ଥାଗାରରିକ ମାନଙ୍କୁ ଆହ୍ବାନ ଦେଇଥିଲେ। ସଂଘର କାର୍ଯ୍ୟକାରୀ ସଭାପତି ହୃଷୀକେଶ ମିଶ୍ର ସଂଘର ବିଭିନ୍ନ ସମସ୍ୟା ଉପରେ ଉପସ୍ଥିତ ଅତିଥି ମାନଙ୍କ ଦୃଷ୍ଟି ଆକର୍ଷଣ କରି ଥିଲେ। ଏହି ଅବସରରେ ବିଭିନ୍ନ ମହାବିଦ୍ୟାଳୟର ସେବା ନିବୃତ ଓ ସେବାରତ ବିଶିଷ୍ଟ ଗ୍ରନ୍ଥାଗାରରିକ ପ୍ରଦୀପ କୁମାର ସାହୁ, ଆଦିତ୍ୟ କୁମାର ମିଶ୍ର,ରମେଶ ଚନ୍ଦ୍ର ସାହୁ ଓ ମୁରଲୀଧର ଭାରତୀଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ସଂଘ ର କାର୍ଯ୍ୟକାରୀ ସଭାପତି ହୃଷୀକେଶ ମିଶ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ମଞ୍ଚକୁ ନିରୁପମା ମିଶ୍ର ଓ ମନସ୍ୱନୀ ପ୍ରିୟଦର୍ଶିନୀ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଂଗଠନ ସମ୍ପାଦକ ରତିକାନ୍ତ ଓଝା, ସହ ସାଧାରଣ ସମ୍ପାଦକ କୃଷ୍ଣ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ଲଲାଟ କିଶୋର ମହାନ୍ତି, ଡ ସୁଶାନ୍ତ କୁମାର ରାଉତ, ମିଡ଼ିଆ ସେଲ ସଂଯୋଜକ ହିମାଂଶୁ ଭୁଷଣ ଚମ୍ପତିରାୟ, ମହେନ୍ଦ୍ର ବିଶ୍ଵାଳ, ଉପସଭାପତି ହେମନ୍ତ କୁମାର ଶତପଥୀ, ଉପସଭାପତି ପ୍ରଭାତ କୁମାର ପ୍ରଧାନ, ଲମ୍ବୋଦର ପରିଡ଼ା , ଅଭିମନ୍ୟୁ ସାମଲ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ସ୍ମରଣିକା କୁ ଅତିଥିଆମନେ ଉନ୍ମୋଚିତ କରିଥିଲେ। ଶେଷରେ ନିମାପଡ଼ା କଲେଜ ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା