ବିରଜାକୃପା ସାହିତ୍ୟ ପରିବାରର ବନ୍ଧୁ ମିଳନ ଓ ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

ଯାଜପୁର,୦୯/୦୨/୨୦୨୫ (ଓଡ଼ିଶା ସମାଚାର)-ବିରଜାକୃପା ସାହିତ୍ୟ ପରିବାରର ବାର୍ଷିକ ବନ୍ଧୁ ମିଳନ ଓ ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ ବିରଜାକୃପା ସାହିତ୍ୟ ପରିବାରର ସ୍ଥାୟୀ କାର୍ଯ୍ୟାଳୟ ଅବଦଲପୁର ଠାରେ ଅନୁଷ୍ଠିତ ହୋଇ ଯାଇଛି ।  ସଭାପତି ଶ୍ରୀମତୀ ବିଦ୍ୟୁତପ୍ରଭା ମିଶ୍ରଙ୍କ ଅନୁମତି କ୍ରମେ ସମ୍ପାଦକ ନାଟ୍ୟକାର ବୈଦ୍ୟନାଥ ପଣ୍ଡା ସଭାର ଆୟୋଜନ କରିଥିଲେ, ଉକ୍ତ ବୈଠକରେ ସଭା ପ୍ରାରମ୍ଭରୁ ନୂତନ ସଦସ୍ୟ ମାନଙ୍କ ଯୋଗଦାନ ସହିତ ଆଗାମୀ ବାର୍ଷିକ ଉତ୍ସବକୁ କେମିତି ସରସ ସୁନ୍ଦର କରି ପାଳନ କରାଯିବ ତାହା ଉପରେ ଆଲୋକପାତ କରାଯାଇଥିଲା।

 ଉକ୍ତ ସଭାରେ ଗତବର୍ଷ ହୋଇଥିବା ବାର୍ଷିକ ଉତ୍ସବର ଆୟ ବ୍ୟୟ ର ହିସାବ ପ୍ରଦାନ ସହିତ ଚଳିତ ବର୍ଷ ର ବାର୍ଷିକ ଉତ୍ସବର କାର୍ଯ୍ୟପନ୍ଥା ଏବଂ ଦାୟିତ୍ୱ ବଣ୍ଟନ ଉପରେ ଆଲୋଚନା କରାଯାଇଥିଲା । ପରିବାରର ବାର୍ଷିକ ମୁଖ ପତ୍ରିକା “ବିରଜାକୃପା” କୁ କେମିତି ଆହୁରି ଲୋକାଭିମୁଖୀ କରାଯାଇ ଏକ ରାଜ୍ୟସ୍ତରୀୟ ପତ୍ରିକା ଭାବେ ପରିଚୟ ପ୍ରଦାନ କରାଯିବ, ତାହା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।  ପରିବାରର ସଙ୍ଗଠନ ସମ୍ପାଦକ ଶ୍ରୀଯୁକ୍ତ ପ୍ରମୋଦ କୁମାର ନାୟକ ପୌରହିତ୍ୟ କରିବା ସହିତ, ପରିବାରର ମାର୍ଗଦର୍ଶକ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ଗଦାଧର କୁଣ୍ଡୁ, ବରିଷ୍ଠ ସାମ୍ବାଦିକ ଶ୍ରୀ ତପନ କୁମାର ମହାରଣ୍ୟ, କୋଷାଧ୍ୟକ୍ଷ ପ୍ରଫୁଲ କୁମାର ଦାଶ,କାର୍ଯ୍ୟକାରୀ କମିଟିର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ଭରତବନ୍ଧୁ ବିଶ୍ୱାଳ ନିଜ ନିଜର ମତ ପୋଷଣ କରିବା ସହିତ କାର୍ଯ୍ୟକାରୀ କମିଟିର ସଦସ୍ୟ ଶ୍ରୀକାନ୍ତ ବେହେରା ସୌଦାଗର ବିଶ୍ୱାଳ ରଞ୍ଜନ ବାରିକ ଉମେଶଚନ୍ଦ୍ର ଯେନା ଗାୟତ୍ରୀ ଦାସ, ସ୍ନେହଲତା ବିଶ୍ୱାଳ ପରିବାର ଆହୁରି ଅନେକ ସଦସ୍ୟ ସଦସ୍ୟାଙ୍କ ସହିତ ପରିବାରର ପୃଷ୍ଠପୋଷକ ରାହାସ ବିହାରୀ ଶତପଥି ପରିବାରକୁ ଅଧିକ ଲୋକାଭୀମୁଖୀ କରିବା ପାଇଁ ଆଗାମୀ ଦିନ ମାନଙ୍କରେ କିଛି ସମାଜ ସେବା କାର୍ଯ୍ୟ କରି ଲୋକ ମାନଙ୍କ ହୃଦୟରେ ରହିବା ପାଇଁ ପରାମର୍ଶ ଦେଇଥିଲେ।

ଶେଷରେ ପରିବାରର ସହ ସମ୍ପାଦିକା ଶ୍ରୀମତୀ ଅନୁପମା ରଣା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରି ସଭାପତିଙ୍କ ନିର୍ଦେଶ କ୍ରମେ ସଭା ସାଙ୍ଗ କରାଯାଇ ବନ୍ଧୁମିଳନ କାର୍ଯ୍ୟକ୍ରମ କରାଯାଇଥିଲା ।

Leave a Reply

Your email address will not be published. Required fields are marked *