ପର୍ୟ୍ୟଟନ କ୍ଷେତ୍ର କୁଦାନଗରୀ ବାବା ଅକୁଳି ପରଂବ୍ରହ୍ମ ଗୋଶାଳାରେ ଗୋ ପୂଜନ

ପାଟକୁରା,୦୯/୦୮/୨୦୨୫(ଓଡ଼ିଶା ସମାଚାର)-ପବିତ୍ର ଗହ୍ମା ପୂର୍ଣ୍ଣିମା ବା ଠାକୁର ବଳଦେବଙ୍କ ଜନ୍ମ ତିଥି ଅବସରରେ ଗରଦପୁର ବ୍ଲକ ପର୍ୟ୍ୟଟନ କ୍ଷେତ୍ର କୁଦାନଗରୀ ଠାରେ ଥିବା ବାବା ଆକୁଳି ପରମ ବ୍ରହ୍ମ ଗୋଶାଳାରେ ଗୋ ପୂଜନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ୟ୍ୟକ୍ରମରେ ଗୋ ଶାଳାର ପରିଚାଳିକା ମାତା ସତ୍ୟଭାମା ରାଉତ ଙ୍କ ଉପସ୍ଥିତିରେ ପ୍ରତିଷ୍ଠିତ ସମାଜସେବୀ ତଥା  ପ୍ରଧ୍ୟାପକ ଡକ୍ଟର ଅଜୟ କୁମାର ରାଉତ ଯୋଗଦେଇ ଗୋ ପୂଜନ କରିଛନ୍ତି । ଏହି ଅବସରରେ ଗୋଶାଳାରେ ଥିବା ୬୦ ରୁ ଉର୍ଦ୍ଧ ଗାଈ ବାଛୁରୀ ଙ୍କୁ ଗାଧେଇ ଦିଆଯାଇଥିଲା ।

ସେମାନଙ୍କୁ  ସିନ୍ଦୁର,ଫୁଲ, ଚନ୍ଦନରେ ସଜେଇ ଦିଆଯିବା ପରେ ବିଭିନ୍ନ ପ୍ରକାରର ଫଳ ସହିତ କ୍ଷୀରି ଓ ସୁସ୍ୱାଦୁ ଭୋଜନ  ପରଷି ଦିଆ ଯାଇଥିଲା । ଏହି କାର୍ୟ୍ୟକ୍ରମରେ ଗୋ ଶାଳାର ସଂଯୋଜକ ସୁରେନ୍ଦ୍ର ମହାନ୍ତି, ପ୍ରଫୁଲ୍ଲ ମହାପାତ୍ର, ନରହରି ଜେନା, ଭବାନୀ ଶଙ୍କର ମହାପାତ୍ର, ଶତ୍ରୁଘ୍ନ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ ।  ସେହିପରି  ନିଶ୍ଚିନ୍ତକୋଇଲି ବ୍ଲକ କେରିଲୋ ଠାରେ ଥିବା  ହରଚଣ୍ଡି ସେବା ସଂସ୍ଥା କଟକର କର୍ମକର୍ତ୍ତା ମାନେ ଏହି ଗୋଶାଳା ରେ ପହଞ୍ଚି  ଗୋପୂଜନ କରିଥିଲେ । ଏହି ଅବସରରେ ସେବାସଂସ୍ଥା ର ସଭାନେତ୍ରୀ ସୌଦାମିନୀ ରାଉଳ, ସଂପାଦକ ମାନସ ମହାନ୍ତି, ବରିଷ୍ଠ ସଭ୍ୟ ସତ୍ୟବ୍ରତ ନାୟକ, ମିହିର ତ୍ରିପାଠୀ, ମହେଶ୍ୱର ଦାସ, ଜୟନ୍ତୀ ପଣ୍ଡା ଓ ବସନ୍ତ ମହାନ୍ତି ଙ୍କ ସମେତ ଉକ୍ତ ସେବାସଂସ୍ଥାର ଅନ୍ୟ କର୍ମକର୍ତ୍ତା ମାନେ ଏହି କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *