ଲକ୍ଷ୍ମୀପୁର ୦୯/୦୮/୨୫(ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)-ଜୟପୁର ଠାରେ ସୁଭଦ୍ରା ଯୋଜନା ର କିସ୍ତି ବଣ୍ଟନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆସିବା ପୂର୍ବରୁ ଖଣି ମନ୍ତ୍ରୀ ବିଭୁତି ଜେନା କୋରାପୁଟ ଗସ୍ତ ରେ ଆସି କିଛି ସମୟ ଧରି ଲକ୍ଷ୍ମୀପୁର ଠାରେ ଅଟକି ଥିଲେ। ଏହି ଅବସରରେ ଲକ୍ଷ୍ମୀପୁର ବ୍ଲକ ସଭାପତି ଅଜୟ ଖରାଙ୍କ ନେତୃତ୍ୱରେ ବିଜେପି ଦଳୀୟ କର୍ମୀ ଙ୍କ ତରଫରୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରି ମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା।
ପୂର୍ବତନ ବିଧାୟକ କୈଳାଶ କୁଲେସିକା, ମନୋଜ ସାହୁ, ଦେବ ଖରା,ବାମଦେବ ତୁରୁକ, ମଣ୍ଟୁ ହିଆଲ, ବାବୁଲା ମହାରଣା,ଉଦୟ ହିକକା ଙ୍କ ସମେତ ବହୁ ସଂଖ୍ୟାରେ ବିଜେପି କର୍ମୀ ଉପସ୍ଥିତ ରହି ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ମନ୍ତ୍ରୀ ଙ୍କ ଗସ୍ତ କାର୍ୟ୍ୟକ୍ରମ ଜାଣି କିଛି ଖଣି ପ୍ରଭାବିତ ଅଞ୍ଚଳ ବାସୀ ନିଜ ନିଜ ଅଞ୍ଚଳର ନିଭିନ୍ନ ସମସ୍ୟା ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।
ଏନେଇ ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ଲୋକଙ୍କ ଅଭିଯୋଗକୁ ନେଇ ସମଧାନ ଦିଗରେ ଦୃଷ୍ଟି ଦିଆଯିବ ବୋଲି କହିଥିଲେ। ମନ୍ତ୍ରୀଙ୍କ ଗସ୍ତ କୁ ଅଖି ଆଗରେ ରଖି ଲକ୍ଷ୍ମୀପୁର ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
