ଇଂଟରନ୍ୟାସନାଲ ଗୀତା ମିଶନ ର ଜେଲ ସଂସ୍କାର କାର୍ଯ୍ୟକ୍ରମ 

ଗରଦପୁର,୨୧/୦୪/୨୦୨୫(ଓଡ଼ିଶା ସମାଚାର)- ପଦ୍ମଶ୍ରୀ ବାବା ବଳିଆଙ୍କ ମାର୍ଗ ଦର୍ଶନରେ ଗଠିତ ଇଂଟରନ୍ୟାସନାଲ ଗୀତା ମିଶନ୍ ଦ୍ୱାରା ଜେଲ ସଂସ୍କାର କାର୍ଯ୍ୟକ୍ରମ କରାଯାଇଅଛି । ମିଶନ ର ସଭାପତି ଡ଼କ୍ଟର ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ କୁଜଙ୍ଗ ଉପକାରାଗାର କୁ ଗସ୍ତ କରି ଜେଲ ଅନ୍ତେବାସୀ ମାନଙ୍କୁ ନୈତିକ ଶିକ୍ଷା ସହ ଜୀବନ ଜୀଇଁବାର ଧାରା ସମ୍ପର୍କରେ ଅବଗତ କରାଇଥିଲେ ।

ଏହି ଅବସର ରେ ସ୍ୱାମୀ ଚିଦାନନ୍ଦ କହିଥିଲେ ହେ ଜନ୍ମ ରୁ କୌଣସି ମଣିଷ ଅପରାଧୀ ହୋଇ ଜନ୍ମ ହୋଇ ନଥାଏ । କୁ ସଙ୍ଗ, କୁ ପରିବେଶ  ଓ ଭୁଲ ଚିନ୍ତା ଧାରା ହିଁ ଜୀବନକୁ ଅପରାଧୀ ସଜାଇ ଥାଏ । ଏଥି ପ୍ରତି ସଚେତନ ରହିବା ନିତ୍ୟାନ୍ତ ଜରୁରୀ । ଆମେ ସମସ୍ତେ ଋଷି ର ପୁଅ ଆଉ ଝିଅ । ଆମ୍ଭ ମାନଙ୍କ ରକ୍ତ ରେ ଆଜି ବି ଋଷି ର ରକ୍ତ ପ୍ରବାହିତ ହେଉଛି । ଆମ୍ଭ ମାନଙ୍କର ଗୋତ୍ର ହିଁ ଏହାର ପରିଚୟ ।

ପବିତ୍ର ଭାରତ ମାଟି ଦସ୍ୟୁ ରତ୍ନାକର ଠୁ ମଧ୍ୟ ବାଲ୍ମିକ ରେ ପରିବର୍ତନ କରାଇ ଦେବାର ସାମର୍ଥ୍ୟ ରଖିଅଛି ।  ଏଣୁ ଆମେ ଭୁଲ କଥାକୁ ତ୍ୟାଗ କରି ଭଲ କଥାକୁ ଗ୍ରହଣ କରିବା ଉଚିତ ବୋଲି ସ୍ୱାମିଜୀ ମତ ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାମୀ ଚିଦାନନ୍ଦଙ୍କ ସହ ବ୍ୟାସ ଫାଉଣ୍ଡେସନ୍ ର ସଭାପତି ସ୍ନେହମୟୀ ଆଚାର୍ଯ୍ୟ , ସମ୍ପାଦକ ଡ଼କ୍ଟର ସିଦ୍ଧେଶ୍ୱର ପଣ୍ଡା , ପୂର୍ବତନ ଜଗତସିଂହପୁର ସାଂସଦ ଡ଼କ୍ଟର କୁଳମଣି ସାମଲ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଉପକାରାଗାର ର ଅଧ୍ୟକ୍ଷ ଇନ୍ଦ୍ରଜିତ ବିଶ୍ୱାଳ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ପରିଶେଷରେ ସ୍ୱାମୀ ଚିଦାନନ୍ଦ ଜେଲ ଅନ୍ତେବାସୀ ମାନଙ୍କୁ ବଳିଆ କଥାମୃତ ପୁସ୍ତକ ବଂଟନ କରିଥିଲେ ।

Leave a Reply

Your email address will not be published. Required fields are marked *