ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ସହାୟତା
କେନ୍ଦ୍ରାପଡ଼ା, ୦୮/୦୮/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖରେ ଆଉଟସୋର୍ସିଂ ଜରିଆରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଥିବା ଅସ୍ଥାୟୀ କର୍ମଚାରୀ ହିମାଂଶୁ ଶେଖର ଦାଶଙ୍କ ଅକାଳ ବିୟୋଗରେ କେନ୍ଦ୍ରାପଡା ଜିଲା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।
ଏଥିସହିତ ସଂଘ ପକ୍ଷରୁ ସାଧାରଣ ସମ୍ପାଦକ ଗଣେଶ୍ୱର ମେକାପଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ସ୍ୱର୍ଗତ ହିମାଂଶୁଙ୍କ ନସଡିପୁରସ୍ଥିତ ବାସଭବନରେ ପହଂଚି ତାଙ୍କ ବିଧବା ପତ୍ନୀଙ୍କୁ ସଂଘ ପକ୍ଷରୁ ୧୬ହଜାର ଏକଶହ ଏକ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଛି । ଏହି ପ୍ରତିନିଧି ମଣ୍ଡଳୀରେ ସଂଘର ସଦସ୍ୟ ସ୍ୱାଧୀନ କୁମାର ଦାଶ, ମାଧବାନନ୍ଦ ମହାପାତ୍ର, ମହେନ୍ଦ୍ର କୁମାର ମିଶ୍ର ଓ ସୁବାସ ଚନ୍ଦ୍ର ବରାଳ ପ୍ରମୁଖ ସହାୟତା ପ୍ରଦାନ ବେଳେ ଉପସ୍ଥିତ ଥିଲେ ।
ଏହି ଅବସରରେ ସଂଘର ସାଧାରଣ ସମ୍ପାଦକ ଶ୍ରୀ ମେକାପ ବ୍ୟାଙ୍କ କର୍ତୃପକ୍ଷ ଏବଂ ସରକାରଙ୍କୁ ଆଉଟସୋର୍ସିଂ ପଦ୍ଧତି(ଶ୍ରମିକ ମାରଣ ନୀତି)କୁ ତୁରନ୍ତ ବନ୍ଦ କରାଯିବା ସହ ଏହି ପଦ୍ଧତିରେ ନିଯୁକ୍ତି ପ୍ରାପ୍ତ କର୍ମଚାରୀମାନଙ୍କୁ ପର୍ଯ୍ୟାୟକ୍ରମେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯିବାକୁ ଦାବି କରିଛନ୍ତି ।
