ଅସହାୟ ଭିନ୍ନକ୍ଷମ ରବିନ୍ଦ୍ରଙ୍କ ପାଇଁ ସାହାରା ଲୋଡ଼ା

ପାଟକୁରା, ୦୮/୦୮/୨୦୨୫(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ବେଡ଼ାରୀ ଗ୍ରାମର ଭିନ୍ନକ୍ଷମ ରବିନ୍ଦ୍ର ନାଥ ସାହୁ ସମ୍ପୂର୍ଣ୍ଣ ଅସହାୟ । ଏହି ଭିନ୍ନକ୍ଷମ ୫୫ ବର୍ଷିୟ ବ୍ୟକ୍ତି ବେସାହାରା ଭାବରେ ଦୂର୍ବିସହ ଜୀବନ ଜିଉଛନ୍ତି । ରବିନ୍ଦ୍ର ଅବିବାହିତ ଏବଂ ଏକାକି ଗୋଟିଏ କୁଡ଼ିଆ ଘରେ ବସବାସ କରୁଛନ୍ତି । ଯଦିଓ ସରକାର ଅନ୍ତୋଦୟ ଗୃହ ଯୋଜନାରେ ଏବେ ଘର ଖଣ୍ଡେÿ ଯୋଗାଇ ଦେଇଛନ୍ତି , ତାକୁ ନିର୍ମାଣ କରିବା ପାଇଁ ରବିନ୍ଦ୍ରଙ୍କ ପକ୍ଷେ କାଠିକର ପାଟ୍ ରବିନ୍ଦ୍ର ଶତପ୍ରତିଶତ ଭିନ୍ନକ୍ଷମ । ତାଙ୍କ ଶରୀର ର ସର୍ବାଙ୍ଗ ଥରୁଛି । ଚାଲିବା ପାଇଁ ସେ ସମ୍ପୂର୍ଣ୍ଣ ଅସମର୍ଥ ଥିବାବେଳେ ପାଟିର କଥା ମଧ୍ୟ ଷ୍ପଷ୍ଟ ନୁହଁ । ସଂସାରରେ କେହି ଆପଣାର ନଥିବା ଏହି ଲୋକ ଏକାକି ରହୁଛନ୍ତି । ବୟସ ବଢ଼ି ଚାଲିଥିବାବେଳେ ତାଙ୍କ ପାଖରେ କେହି ସାହାରା ହେବା ର ଆବଶ୍ୟକତା ରହିଛି ।

ତାଙ୍କ ନାମରେ ଥିବା ରାସନ କାର୍ଡ଼ରେ ମାସକୁ ମିଳୁଥିବା ମାତ୍ର ୫ କିଲୋ ଚାଉଳରେ ସେ ଅତି ଦୁଖ ଦୈନ୍ୟ ଭାବରେ ଦିନ କାଟୁଛନ୍ତି । ତାଙ୍କର ଖଣ୍ଡେ ଅନ୍ତୋଦୟ ଅନ୍ନପୂର୍ଣ୍ଣା କାର୍ଡ଼ କରିବାକୁ ସେ ବହୁବାର ବ୍ଲକ୍ ରେ ଅନୁଷ୍ଠିତ ହେଉଥିବା ଜିଲାପାଳଙ୍କ ଜନ ଶୁଣାଣି ଶିବିରରେ ଗୁହାରୀ କରି ଆସୁଥିଲେ ମଧ୍ୟ ପ୍ରଶାସକ ମାନଙ୍କ ପ୍ରତିଶୃତି କେବଳ ମିଳିଛି । କିନ୍ତୁ ଆଜିତ ସୁଦ୍ଧା ଅନ୍ତୋଦୟ ଅନ୍ନପୂର୍ଣ୍ଣା କାର୍ଡ଼ ହୋଇ ପାରିନାହିଁ । ଏପରିକି ସେ ଶତ ପ୍ରତିଶତ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଭିନ୍ନକ୍ଷମ ପ୍ରମାଣ ପତ୍ରରେ ୭୫ ପ୍ରତିଶତ ହୋଇଥିବାରୁ ଭିନ୍ନକ୍ଷମ ଭତା ୩୫୦୦ ଟଙ୍କା ପାଇବାରୁ ସେ ବଂଚିତ ହେଉଛନ୍ତି । ସେ ବାବଦରେ ତାଙ୍କୁ ମାତ୍ର ୧୨୦୦ ଟଙ୍କା ମିଳୁଛି , ଯାହାକି ତାଙ୍କୁ ତେଲ ଲୁଣ ଔଷଧ ଖର୍ଚ୍ଚ ପାଇଁ ନିଅନ୍ଟ ହେଉଛି ।

ଏ ସବୁ ବାଦ ସେ ନିଯେ ଏକାକି ହୋଇ ଥିବାରୁ ରୋଷେଇବାସ ଚଳିବାକୁ ଅକ୍ଷମ ହୋଇଥିବାରୁ ଗ୍ରାମର କେହି କେହି ଲୋକଙ୍କ ସହାୟତାରେ ସେ ଚଳି ଆସୁଛନ୍ତି । ରବିନ୍ଦ୍ରଙ୍କର ଏଭଳି ଦୁର୍ବିସହ ଜୀବନ ଜୀଉଥିବାର କଷ୍ଟକୁ ଅନୁଭବ କରି ବେଡ଼ାରୀ ପଂଚାୟତର ସରପଂଚ କୁଂଜଲତା ମିଶ୍ର ଓ ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତମାନର ସମିତି ସଭ୍ୟ ଦିଲିପ କୁମାର ସାହୁ ରବିନ୍ଦ୍ରଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବା ସମ୍ପର୍କରେ ଗରଦପୁର ବ୍ଲକ୍ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ବ୍ଲକ୍ ର ବିଡ଼ିଓ ଆଲୋକ ରଂଜନ ସେଠୀ ନିଜର ମାନବିକତା ଓ ସାମାଜିକ କର୍ତବ୍ୟବୋଧକୁ ଗୁରୁତ୍ୱ ଦେଇ ରବିନ୍ଦ୍ରଙ୍କ ପାଇଁ ପ୍ରାଥମିକ ଭାବରେ ଦିନକୁ ଦୁଇ ଓଳି ରନ୍ଧା ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ବିଡ଼ିଓ ଶ୍ରୀ ସେଠୀଙ୍କ ଏହି ସାମାଜିକ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି । ଅଧିକନ୍ତୁ ରବିନ୍ଦ୍ରଙ୍କ ଭଳି ଭିନ୍ନକ୍ଷମ ମାନେ ଯେପରି ସମାଜରେ ଅଲୋଡ଼ା ଅବହେଳିତ ନହୁଅନ୍ତି , ସେଥିପ୍ରତି ସବୁ ସ୍ତରରେ ପ୍ରାଥମିକତା ଦିଆଯିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *