ଖୁବଶୀଘ୍ର ପୂରଣ ହେବ ୨୨,୮୯୬ ପଦବୀ

ଅଗଷ୍ଟ ୩୧ ସୁଦ୍ଧା ପ୍ରକ୍ରିୟା ସାରିବାକୁ ନିର୍ଦ୍ଧେଶ
ଭୁବନେଶ୍ୱର,୦୮/୦୮/୨୦୨୫ (ଓଡ଼ିଶା ସମାଚାର)-ଓଡ଼ିଶା ସରକାର ୧୦ଟି ବିଭାଗରେ ଖାଲି ପଡ଼ିଥିବା ଗ୍ରୁପ୍ ‘ସି’ ଶ୍ରେଣୀର ୨୨,୮୯୬ଟି ପଦବୀ ଖୁବଶୀଘ୍ର ପୂରଣ କରିବାକୁ ନିଷ୍ପତିି ନେଇଛନ୍ତି । ମୁଖ୍ୟ ଶାସନ ସଚିବ ଏହି ନିଯୁକ୍ତି ପ୍ରକ୍ରିୟା ୨୦୨୫ ଅଗଷ୍ଟ ୩୧ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି । ସୂଚନା ଅନୁଯାୟୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ ୮,୩୫୮ଟି ପଦବୀ ପୂରଣ ହେବ ।

ଏହା ସହିତ ପଂଚାୟତିରାଜ ବିଭାଗରେ ୪,୦୪୨ଟି ଏବଂ ସ୍ୱାସ୍ଥ୍ୟ ବିଭାଗରେ ୩,୬୭୭ଟି ପଦବୀ ପୂରଣ କରାଯିବ । ବର୍ତମାନ ୧୦ଟି ବିଭାଗରେ ମୋଟ ୪୪,୯୦୯ଟି ପଦବୀ ଖାଲି ପଡ଼ିଥିବା ଜଣାପଡ଼ିଛି, ଯେଉଁଥିରୁ ପ୍ରଥମ ପର୍ଯ୍ୟାୟରେ ୨୨,୮୯୬ଟି ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି । ଏହି ନିଯୁକ୍ତି ପ୍ରକ୍ରିୟା ରାଜ୍ୟରେ ବେକାରୀ ସମସ୍ୟା ହ୍ରାସ କରିବା ସହିତ ବିଭିନ୍ନ ବିଭାଗରେ ସେବାର ଗୁଣବତା ବୃଦ୍ଧି କରିବ ବୋଲି ଆଶା କରାଯାଉଛି ।

ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଧେଶ ଅନୁଯାୟୀ, ସମସ୍ତ ବିଭାଗକୁ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଛି । ଏହି ଘୋଷଣା ରାଜ୍ୟର ବେକାର ଯୁବକମାନଙ୍କ ମଧ୍ୟରେ ଆଶାର ସଂଚାର କରିଛି । ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ଅଧିକ ସୂଚନା ପାଇଁ ସମ୍ପୃକ୍ତ ବିଭାଗର ଅଫିସିଆଲ ୱେବସାଇଟ ଦେଖିବାକୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *