ଲକ୍ଷ୍ମୀପୁର ୦୮/୦୮/୨୫ (ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)-ଗତ ଚାରି ତାରିଖ ଦିନ ଦିପହରେ ଲକ୍ଷ୍ମୀପୁର ଥାନା ପାଣ୍ଡକା ପଦର ଛକ ନିକଟରେ ହୋଇଥିବା ଏକ ଡକାୟତି ମାମଲାର ପର୍ଦା ଫାସ କରିଛି ଲକ୍ଷ୍ମୀପୁର ପୋଲିସ। ଘଟଣାରେ ସମ୍ପୃକ୍ତ ଥିବା ଲକ୍ଷ୍ମୀପୁର ବ୍ଲକ ସୀଙ୍ଗାରାମ ର ପଦ୍ମନ ମାଣ୍ଡିଙ୍ଗା,ନାରାୟଣପାଟଣା ବ୍ଲକ ବିରିପୁର ଗ୍ରାମର ମୁନା ଖସ୍ଲା, ବୈପାରି ଗୁଡ଼ା ବ୍ଲକ ଦଣ୍ଡାବାଡ଼ି ଗ୍ରାମର ଗୋବିନ୍ଦ ଖରା ଓ ବନ୍ଧୁଗାଁ ବ୍ଲକ୍ ପିପଲ୍ ପଦର୍ ଗ୍ରାମର ସଦାନନ୍ଦ ମହାନନ୍ଦିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସାମ୍ବାଦିକ ସମ୍ମିଳନୀ ଜରିଆରେ ଲକ୍ଷ୍ମୀପୁର ଏସଡ଼ିପିଓ ମନୋଜ ବେହେରା ସୂଚନା ଦେଇଛନ୍ତି।
ସେମାନଙ୍କ ଠାରୁ ୭୬ ହଜାର ଟଙ୍କା ସହ ଦୁଇଟି ବାଇକ୍,ଦୁଇଟି ମୋବାଇଲ ଫୋନ୍ ଓ ଗୋଟିଏ ଇନୋଭା ଗାଡ଼ି ଜବତ ହୋଇଥିବା ପୋଲିସ ତରଫରୁ ସୂଚନା ମିଳିଛି।ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ନଅ ଜଣ ଫେରାର ଥିବା ବେଳେ ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଏସଡ଼ିପିଓ ଶ୍ରୀଯୁକ୍ତ ବେହେରା ପ୍ରକାଶ କରିଛନ୍ତି।ଏକ ଇନୋଭା କାର୍ ଯୋଗେ କୋରାପୁଟ ଓକିଲ ଲିଙ୍ଗରାଜ ବେହେରା ତାଙ୍କ ପୁଅ ସହ ବ୍ରହ୍ମହପୁର ଅଭିମୁଖେ ଦୁଇ ଦିନ ତଳେ ଯାଉଥିବା ସମୟରେ ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ପାଣ୍ଡକା ପଦର ଛକ ପାଖରେ ଡକାୟତିର ଶିକାର ହୋଇଥିଲେ। ତାଙ୍କ ପାଖରୁ ଏକ ଲକ୍ଷ ଟଙ୍କା ସହ ଷାଠିଏ ଗ୍ରାମ ସୁନା ଚେନ ଗୋଟିଏ ମୋବାଇଲ ଝିକି ନେଇ ଦୁର୍ବୁତ୍ତ ମାନେ ଫେରାର ହୋଇଯାଇଥିଲେ।ଏନେଇ ଲକ୍ଷ୍ମୀପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଚାରି ଜଣଙ୍କୁ ଗିରଫ କରିବାରେ ସଫଳ ଲାଭ କରିଥିବା ବେଳେ ୯ ଜଣ ଫେରାର ଅଛନ୍ତି।
