ଯାଜପୁର, ୧୭/୧୧/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର)- ବରୀ ବ୍ଲକ ରେ ନୂତନ କରି ଗଢି ଉଠିଥିବା ସାମାଜିକ ଅନୁଷ୍ଠାନ ବୁଦ୍ଧଦେବ ମେମୋରିଆଲ ଟ୍ରଷ୍ଟ ଆଜି ତାର ଲୋକାର୍ପଣ ଦିବସ କୁ ଅଲିଆବାଦ ମିନି ଷ୍ଟାଡିୟମ ପରିସରରେ ମହାସମାରୋହରେ ପାଳନ କରିଅଛି । ଅନୁଷ୍ଠାନ ର ପ୍ରତିଷ୍ଠାତା ସମାଜସେବୀ ଅଟଳ ବିହାରୀ ଜେନା ,ସ୍ଥାନୀୟ ଅଧିବାସୀ ଗିରୀଶ ସାମଲ ,ବରିଷ୍ଠ ଶିକ୍ଷାବିତ ବିଚିତ୍ର ମଲିକ, ସୁଧୀର ଭଞ୍ଜ ,ହିମାଂଶୁ ଜେନା ପ୍ରମୁଖ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଅନୁଷ୍ଠାନ ସମ୍ଭଧରେ ଆଲୋକପାତ କରିଥିଲେ । ଅନୁଷ୍ଠାନ ସମ୍ପାଦକ ଏସ ପୃର୍ଥୀରାଜ ,ସଭାପତି ଚନ୍ଦନ ପ୍ରଧାନ ପ୍ରମୁଖ ସଭା ପରିଚାଳନା କରୁଥିଲେ । ସୂଚନା ଅନୁଯାୟୀ ଏହି ଟ୍ରଷ୍ଟ ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କ ନିକଟତର ହୋଇ ସାହାଯ୍ୟର ହାତ ବଢ଼ାଇ ବେଶ ପ୍ରଶଂସନୀୟ ହୋଇ ପ୍ରତିଟି ଲୋକଙ୍କ ହକ କୁ ବ୍ଲକ , ଜିଲା ପ୍ରଶାସନ , ମେଡିକାଲ କେସ ରେ ଟ୍ରଷ୍ଟ ସର୍ବଦା କାର୍ୟ୍ୟ କରିବ ବୋଲି ପ୍ରତିଷ୍ଠାତା ଶ୍ରୀ ଜେନା ପ୍ରତିଶୃତି ଦେଇଛନ୍ତି । ଆଗାମୀ ଦିନରେ ରତ୍ନଗିରି ପାଇଁ ଟ୍ରଷ୍ଟ ପକ୍ଷରୁ ଏକ ଆମ୍ବୁଲାନ୍ସ ପ୍ରଦାନ କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି ।ଏହି କାର୍ୟ୍ୟକ୍ରମରେ ସ୍ଥାନୀୟ ଅଂଚଳ ରୁ ବହୁ ବୁଦ୍ଧିଜୀବୀ ଓ ଟ୍ରଷ୍ଟ କର୍ମକର୍ତା ଉପସ୍ଥିତ ରହି ଆଗାମୀ ଦିନରେ ଟ୍ରଷ୍ଟ ସହ ଯୋଡି ରହି ସେବା କାର୍ୟ୍ୟକୁ ତ୍ୱରାନ୍ୱିତ କରିବାକୁ ସ୍ୱୀକୃତି ଦେଇଥିଲେ ।