ପଣ୍ଡରାମାଳି ସମାଜର ସାମ୍ବାଦିକ ସମ୍ମିଳନୀ

(ସମାଜରେ ଫାଟ ସୃଷ୍ଟି ଉଦ୍ଦେଶ୍ୟକୁ ନିନ୍ଦା)

କଳାହାଣ୍ଡି,୨୦/୦୬/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ) – କଳାହାଣ୍ଡି ଜିଲ୍ଲା ପଣ୍ଡରାମାଳି ସମାଜ ତରଫରୁ ଜୁନାଗଡ଼ ଲଙ୍କେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଗତ ୪,୫,୨୦୨୫ ଦିନ ଚାହାରବାହାଲ ଠାରେ ସମାଜର ସମ୍ବିଧାନ ଅନୁଯାୟୀ ଜିଲ୍ଲା ସ୍ତରୀୟ ପଣ୍ଡରାମାଳି ସମାଜର ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତା ଚୟନ କରଯାଇଥିଲା।

ଏହି ଦିନ ଜିଲ୍ଲାର ସବୁ ବ୍ଲକର କୋଣ ଅନୁକୋଣରୁ ସହସ୍ରାଧିକ ସାମାଜିକ ଲୋକ ଅଂଶ ଗ୍ରହଣ କରି କର୍ମକର୍ତ୍ତା ଚୟନ ଓ ସ୍ୱୀକୃତି ପ୍ରଦାନ କରିଥିଲେ। ହେଲେ ସମ୍ପ୍ରତି ସଙ୍ଗଠନକୁ ମଜଭୁତ କରିବା ବଦଳରେ ପୁଣି ଏକ ବୈଠକ ଗଡ଼ିଆଜୋର ଠାରେ ରାଜନୈତିକ ସ୍ୱାର୍ଥ ସାଧନ ପାଇଁ କରାଯାଉଥିବା ଚେଷ୍ଟାକୁ ନିନ୍ଦା କରାଯାଇଥିଲା। ଆଗାମୀ ଦିନରେ ସଂଗଠନକୁ ମଜଭୁତ କରାଯିବା ସହ ବିଭ୍ରାନ୍ତି ସୃଷ୍ଟିକାରୀଙ୍କ ଠାରୁ ସାମାଜିକ ଲୋକେ ଦୁରେଇ ରହିବା ପାଇଁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଆହ୍ୱାନ ଦେଇଥିଲେ।

ଏହି ସମ୍ମିଳନୀରେ କୁଳପତି ପ୍ରକାଶ ଚନ୍ଦ୍ର ନାଏକ,ସଭାପତି ଈଶ୍ୱର ପୂଝାରୀ, ସମ୍ପାଦକ ଦୁର୍ଯ୍ୟୋଧନ ନାଏକ,ବିଷ୍ଣୁ ନାଏକ,ଧନୁର୍ଜ୍ୟ ମାଝୀ, ବାଲ୍ମୀକି ନାଏକ,ଲକ୍ଷଣ ଭୋଇ,ଦୁର୍ଗା ନାଏକ,ଭବାନୀ ବଣିଆ, ଲୋକେଶ ନାଏକ,ଅଜାମ୍ବିଳ ପୁଝରୀ, ରତନ ନାଏକ,ସୋମ୍ୟ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *