କୃମି ମୁକ୍ତ ଯାଜପୁର ଅଭିଯାନ ସମନ୍ୱୟ ବୈଠକ

ଶତ ପ୍ରତିଶତ ସଫଳତା ଉପରେ ଗୁରୁତ୍ୱ

ଯାଜପୁର,୦୪/୦୮/୨୦୨୫ (ଓଡ଼ିଶା ସମାଚାର)- ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ କୃମି ମୁକ୍ତ ଯାଜପୁର ଅଭିଯାନ ନିମିତ୍ତ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ  ଜିଲ୍ଲାପାଳ ଶ୍ରୀଯୁକ୍ତ ଅମ୍ବର କୁମାର କର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।  ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିଜୟ କୁମାର ମିଶ୍ର ପ୍ରାରମ୍ଭିକ  ସୂଚନା ପୂର୍ବକ ୧୨ ଅଗଷ୍ଟ ୨୦୨୫ ଦିନ, ୧ ରୁ ୧୯ ବର୍ଷ ର ସମସ୍ତ ଶିଶୁ ଓ ୨୦-୨୪ ବର୍ଷ ପ୍ରଜନନକ୍ଷମ ମହିଳା ( ଗର୍ଭବତୀ କିମ୍ବା ପ୍ରସୂତି ହୋଇନଥିବେ) କୃମି ନାଶକ ଔଷଧ ଖାଇବେ।. ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ଏହି ଔଷଧ ପ୍ରଦାନ କରାଯିବ। ଯେଉଁ ମାନେ ୧୨ ତାରିଖ ଦିନ ଖାଇ ନଥିବେ, ସେମାନେ ଅଗଷ୍ଟ ୧୯ ତାରିଖ ଦିନ ଖାଇବେ।

ଜିଲାରେ ଯେହେତୁ ଫାଇଲେରିଆ ମୁକ୍ତ ଅଭିଯାନ ବରି, ବଡ଼ଚଣା, କୋରେଇ ବ୍ଲକ, ଯାଜପୁର ଓ ବ୍ୟାସନଗର  ମୁନିସିପାଲିଟି ରେ ଅଗଷ୍ଟ ୧୦ ରେ ଆରମ୍ଭ ହେଉଛି, ସେହି ଅଞ୍ଚଳରେ ୧-୨ ବର୍ଷ ର ଶିଶୁ ମାନେ କୃମି ଔଷଧ ବୁଧବାର ଦିନ ଟୀକାକରଣ କେନ୍ଦ୍ର ରେ  ଖାଇବେ ଓ ଅନ୍ୟ ହିତାଧିକାରୀ ମାନେ ଫାଇଲେରିଆ ମୁକ୍ତ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ରେ କୃମି ଔଷଧ ଖାଇବେ।

ଏହି ବୈଠକରେ ଡା. ଗୋପାଳ ଚନ୍ଦ୍ର ମଲିକ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ), କାର୍ଯ୍ୟକ୍ରମ ର ଉଦେଶ୍ୟ ଏବଂ ଜିଲ୍ଲାର ଲକ୍ଷ୍ୟ ହାସଲ କରିବା ପାଈଁ ଆବଶ୍ୟକ ପଦକ୍ଷେପ ସମ୍ପକରେ ବିସ୍ତୃତ ଆଲୋଚନା କରିବା ସହିତ ବିଭିନ୍ନ ବିଭାଗର ଦାୟିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲାପାଳ ଶ୍ରୀ କର ସମସ୍ତ ବିଭାଗ ଯଥା ସ୍କୁଲ ଓ ଗଣ ଶିକ୍ଷା ବିଭାଗ, ପଞ୍ଚାୟତିରାଜ ବିଭାଗ, ହରିଜନ ଓ ଆଦିବାସୀ କଲ୍ୟାଣ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧିକାରୀ, ନିବାହୀ ଅଧିକାରୀ ପୌର ପରିଷଦ, ଅଧିକ୍ଷଣ ଯନ୍ତ୍ରୀ, ପାନୀୟ ଜଳ ଓ ପରିମଳ ବିଭାଗ ଙ୍କୁ ନିର୍ଦେଶ ଦେଇଥିଲେ. ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଈଁ ଏହାର ପ୍ରଚାର ପ୍ରସାର ପାଈଁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କୁ ନିର୍ଦେଶ ପ୍ରଦାନ କରିଥିଲେ।

ଜିଲାରେ ସବମୋଟ ୭, ୬୫, ୨୬୭ ଜଣ ହିତାଧିକାରୀ ଙ୍କୁ କୃମି ନାଶକ ଔଷଧ ପ୍ରଦାନ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି। ସେଥିରେ ୬, ୭୨, ୮୮୫ ଜଣ ୧ ରୁ ୧୯ ବର୍ଷ ର ଶିଶୁ ଓ ୯୨, ୩୮୨ ଜଣ ୨୦-୨୪ ବର୍ଷ ର ପ୍ରଜନନ କ୍ଷମ ମହିଳା  ଅଛନ୍ତି।ଏହି କାର୍ଯ୍ୟକ୍ରମ ରେ ମୋଟ ୮୦୨୧ ଜଣ କର୍ମଚାରୀ ନିୟୋଜିତ ହେବେ। ଶତ ପ୍ରତିଶତ ସଫଳତା ପାଈଁ ଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିଥିଲେ।ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା କଲ୍ୟାଣ ଅଧିକାରୀ, ଯାଜପୁର ପୌର ପରିଷଦ ନିର୍ବାହୀ ଅଧିକାରୀ, ବ୍ୟସନଗର ପୌର ପରିଷଦ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଶେଷରେ ସୁଧାଂଶୁ ଶେଖର ନାୟକ, ଉପ ପରିଚାଳକ, ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଯାଜପୁର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *