ଯାଜପୁର, ୦୯/୦୯/୨୦୨୬ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପିସି ଏବଂ ପିଏନଡିଟି(PC&PNDT) ଆଇନ, ୧୯୯୪ ଅଧୀନରେ ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ PC&PNDT ଆଇନର କଡ଼ାକଡ଼ି ଅନୁପାଳନ, କନ୍ୟା ଭ୍ରୂଣ ହତ୍ୟା ରୋକିବା, ବେଆଇନ ଲିଙ୍ଗ ନିରୂପଣ ଉପରେ ରୋକ ଲଗାଇବା ଏବଂ ଜିଲ୍ଲାରେ ଥିବା ଅଲଟ୍ରାସାଉଣ୍ଡ କ୍ଲିନିକ୍ଗୁଡ଼ିକର ନିୟମିତ ଯାଞ୍ଚ ଓ ନିରୀକ୍ଷଣ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
ଏଥିସହିତ, PC&PNDT ଆଇନର ଉଲ୍ଲଂଘନ ହେଉଥିବା ଘଟଣାଗୁଡ଼ିକ ଉପରେ ତ୍ୱରିତ ଓ ଦୃଢ଼ ଆଇନଗତ ପଦକ୍ଷେପ ଗ୍ରହଣ, ଅଲଟ୍ରାସାଉଣ୍ଡ କ୍ଲିନିକ୍ଗୁଡ଼ିକର ରେକର୍ଡ ଓ ଦଲିଲପତ୍ରର ଯାଞ୍ଚ, ଅନ ଲାଇନ ଫର୍ମ F ପୂରଣ କରି ଠିକ ସମୟରେ ଅପଲୋଡ଼ କରିବା ଏବଂ ଆଇନର ବ୍ୟବସ୍ଥା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଥିଲା।ଯାଜପୁର ଜିଲ୍ଲା ରାଜ୍ୟରେ ଜନ୍ମ ସମୟରେ ଲିଙ୍ଗ ଅନୁପାତ ବିସ୍ଲେଷଣ ସମୀକ୍ଷାରେ ଉନ୍ନତ ପ୍ରଦର୍ଶନ କରିଥିବା ସିଡିଏମଓ ପ୍ରକାଶ କରିଥିଲେ।
କନ୍ୟା ଶିଶୁଙ୍କ ସୁରକ୍ଷା, ଲିଙ୍ଗ ଅସମାନତା ଦୂରୀକରଣ ଏବଂ ସମାଜରେ କନ୍ୟା ଶିଶୁଙ୍କ ପ୍ରତି ସକାରାତ୍ମକ ମନୋଭାବ ସୃଷ୍ଟି ପାଇଁ ବିଭିନ୍ନ ବିଭାଗ ଓ ସମ୍ପୃକ୍ତ ସଂସ୍ଥାଗୁଡ଼ିକର ସମନ୍ୱିତ ପ୍ରୟାସ ଆବଶ୍ୟକ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।
ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ନଗେନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲା ଚିକିତ୍ସା ତଥା ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ ବିଭାଗ) ଡ଼ଃ ଗୋପାଳ ଚନ୍ଦ୍ର ମଲ୍ଲିକ, DHH ଯାଜପୁରର ବରିଷ୍ଠ ବିଶେଷଜ୍ଞ ଡା. ପ୍ରୀତି ସାମଲ (O&G), ଡା. ପ୍ରଫୁଲ୍ଲ ଚନ୍ଦ୍ର ଦୀକ୍ଷିତ (General Medicine), ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର କେଦାର ନାଥ ଦାସ,ସମାଜସେବୀ ଡା. ରାଜ କିଶୋର ପଣ୍ଡା, Public Prosecutor ମୋନାଲି ରାୟସା, ସମାଜସେବୀ ଶ୍ରୀମତୀ ପ୍ରେମଲତା ପଣ୍ଡା DMRCH, NHM ଶ୍ରୀ ସୁଧାଂଶୁ ଶେଖର ନାୟକ, AM, LAIS ଶ୍ରୀ ଦେବାଶିଷ ପ୍ରଧାନ ଏବଂ DDM ଶ୍ରୀ ଚିତ୍ତରଞ୍ଜନ ମିଶ୍ରଙ୍କ ସମେତ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
