ନିରାକାରପୁର, ୧୪/୬/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ବଡ଼ପୋଖରିଆ ଛକ ନିକଟରେ ଏକ ଯାତ୍ରୀବାହୀ ବସ ଭରସ୍ୟାମ୍ ହରାଇ ରାସ୍ତା ଡିଭାଇଡର ରେ ପିଟି ହୋଇ ୧୦ ଆହାତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି। ସୂଚନାଯୋଗ୍ୟ କି ଖୋର୍ଦ୍ଧା ଜିଲ୍ଲା ବଡ଼ପୋଖରିଆ ଛକ ନିକଟରେ ଗତ କାଲି ବିଳମ୍ବିତ ରାତିରେ ଏକ ସରକାରୀ ବସ ନଂ ଓଡି ୦୫ ବିଏ ୭୩୩୯ ଭୁବନେଶ୍ଵର ଆଡ଼କୁ ଯାଉଥିବାବେଳେ ଚାଳକ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବା ଫଳରେ ୧୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଖବର ପାଇ ଜଂକିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଚିକିତ୍ସା ପାଇଁ ପଠାଇ ଥିଲେ। ପରେ ବସଟିକୁ ରାସ୍ତା କଡ଼ରେ ରଖା ଯାଇଥିବାବେଳେ ପୁଣି ଏକ କଦଳୀ ବୋଝେଇ ଟ୍ରକ ଆସି ଖାଲି ବସ କୁ ପଛରୁ ଧକ୍କା ଦେବାରୁ ବସ ଟି ରାସ୍ତା କଡ଼ ବିଲ ଭିତରକୁ ପଶି ଯାଇଥିଲା। ଜଂକିଆ ପୋଲିସ ବସ ଟିକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି।