‘ମାସ୍ ଇଭେଣ୍ଟସ୍’ ତରଫରୁ ବନ୍ଧୁତା ଦିବସ ପାଳନ

                                   ‘ସମାଜ ର ବନ୍ଧୁ’ ସମ୍ମାନ ପ୍ରଦାନ

ଭୁବନେଶ୍ୱର,୦୩/୦୮/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-‘ମାସ ଇଭେଣ୍ଟସ୍’ ତରଫରୁ “ବନ୍ଧୁତ୍ୱ ଦିବସ” ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀ ପରିସରରେ ପାଳନ କରାଯାଇଛି  ।

ମାସ୍ ଇଭେଣ୍ଟସର ମୁଖ୍ୟ ମୀର ଅହମ୍ମଦ ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଓଡ଼ିଶା ପାଇକ ଆଖଡ଼ା ମହାସଂଘର ସଭାପତି ପ୍ରକାଶ ଶ୍ରୀଚନ୍ଦନ, ପୂର୍ବତନ ସୂଚନା କମିଶନର ଦିଲ୍ଲୀପ ବିଶୋଇ, ଜଣାଶୁଣା ହାସ୍ୟ  ଅଭିନେତା ଜୀବନ ପଣ୍ଡା, ସମାଜସେବୀ ଡ. ଦିବ୍ୟା ଜ୍ୟୋତ୍ସ୍ନା, ସମାଜସେବୀ ସୁଶାନ୍ତ ପଟ୍ଟନାୟକ, ଯୁବନେତା ମାନସ ରଂଜନ ସାହୁ ପ୍ରମୁଖ ଯୋଗଦେଇ ଯୁବ ସମାଜ କିଭଳି ଭାବେ ସମାଜର ବନ୍ଧୁ ରୂପେ କାର୍ଯ୍ୟ କରିବା ଦରକାର ତା’ଉପରେ ମତବ୍ୟକ୍ତ କରିଥିଲେ  ।

ସମାଜକୁ ନିଜର ବନ୍ଧୁ ରୂପେ ଭାବି ସମାଜର ବିଭିନ୍ନ ସମସ୍ୟା ପାଇଁ ଅହରହ କାର୍ଯ୍ୟ କରୁଥିବା କିଛି ବ୍ୟକ୍ତିବିଶେଷଙ୍କୁ ଏହି ଅବସରରେ ‘ସମାଜର ବନ୍ଧୁ’ ସମ୍ମାନ ପ୍ରଦାନ କରାଯାଇଥିଲା  ।

ସେମାନେ ହେଲେ- ପରିବେଶବିତ୍-ସୁଧାଂଶୁ ଶେଖର ବିଶ୍ୱାଳ, ସ୍ୱେଚ୍ଛାସେବୀ-ଶ୍ରାବଣୀ ନାୟକ, ପ୍ରିୟାଲି ପ୍ରିୟଦର୍ଶିନୀ ବେହେରା ଓ ଜଗନ୍ନାଥ ସାହୁ, ସାମ୍ବାଦିକା-ପ୍ରିୟଙ୍କା ରାୟ, ସାମ୍ବାଦିକ ଗୁରୁପଦ ନାଥ, ‘ବ୍ଲଡ୍ ହିରୋଜ’ ରକ୍ତଦାନ ସଂଗଠନ, କଲ୍ୟାଣୀ ସେବା ଚାରିଟେବୁଲ୍ ଟ୍ରଷ୍ଟ, ଯୁବନେତା ତାପଦ ଦେ, ଦିବ୍ୟସିଂହ ସେଠୀ, ଶୁଭକାନ୍ତ ବେହେରା, ସମାଜସେବୀ – ସନ୍ତୋଷ ଆଚାର୍ଯ୍ୟ, ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ପ୍ରଭାତ ଜଗଦ୍ଧେବ, ନୀଳିମା ଦାସ, ପଦ୍ମିନୀ ପରିଡ଼ା ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା  ।

ଏହି କାର୍ଯ୍ୟକ୍ରମଟିକୁ ପ୍ରଜ୍ଞା ପରମିତା ମହାନ୍ତି, ପ୍ରଦୀପ ବେହେରା, ସୁଶାନ୍ତ କୁମାର ମଲ୍ଲିକ, ପ୍ରିୟଙ୍କା ମହାନ୍ତି, ବିଶ୍ୱରଂଜନ ଦାସ, ଦିଲ୍ଲୀପ ବେହେରା, ଅମର ପାଲ୍, ସତ୍ୟବ୍ରତ ଜେନା ପ୍ରମୁଖ ପରିଚାଳନା କରିଥିଲେ  ।

Leave a Reply

Your email address will not be published. Required fields are marked *