କେନ୍ଦ୍ରାପଡ଼ା, ୦୨/୦୮/୨୦୨୫(ଓଡ଼ିଶା ସମାଚାର)- ଏଣିକି ଆଉ କାଗଜ ଫାଇଲ ଦେଖିବାକୁ ମିଳିବ ନାହିଁ । ଡିଜିଟାଲ ମୋଡରେ କାର୍ଯ୍ୟ କରିବ ଜିଲାର ସମସ୍ତ କାର୍ଯ୍ୟାଳୟ । ବ୍ଲକ ଠାରୁ ଆରମ୍ଭ କରି ଜିଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ଡିଜିଟାଲ ବ୍ୟବସ୍ଥା ଲାଗୁ ହୋଇଛି । ଏହାକୁ ଓସ୍ୱାସ( ଓଡିଶା ଷ୍ଟେଟ ୱାର୍କ ଫ୍ଲୋ ଅଟୋମେସନ ସିଷ୍ଟମ) କୁହାଯାଏ । ଏହି ପରିପ୍ରେକ୍ଷୀରେ ଶନିବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳ ରଘୁରାମ ଆର ଆୟାରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ସମସ୍ତ ଜିଲା ଏବଂ ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କୁ ଏଣିକି “ଓସ୍ୱାସ” ବ୍ୟବହାର କରିବାକୁ ନିର୍ଦ୍ଧେଶ ଦେଇଛନ୍ତି ।
ଏହା ଦ୍ୱାରା ସରକାରୀ କାର୍ଯ୍ୟ ତ୍ୱରାନ୍ୱିତ ହେବ ଏବଂ ସାଧାରଣ ଜନତା ଏଥିରୁ ଉପକୃତ ହେବା ସହିତ ପ୍ରଶାସନିକ ସ୍ୱଚ୍ଛତା ଏହା ପ୍ରତିପାଦିତ ହେବ ବୋଲି କୁହାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓକାକ୍ ର ଡମେନ ଆଡ଼ଭାଇଜର ସତ୍ୟରଞ୍ଜନ ସାହୁ, ଅତିରିକ୍ତ ଜିଲାପାଳ(ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ, ଅତିରିକ୍ତ ଜିଲାପାଳ(ସାଧାରଣ ) ନବକ୍ରିଷ୍ଣ ଜେନାଙ୍କ ସମେତ ଜିଲାର ସମସ୍ତ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।
