ଆଇ.ସି.ଏ.ଆର.-ସିଫାରେ ରାଜ୍ୟସ୍ତରୀୟ ପି.ଏମ୍.କିସାନ ଦିବସ ପାଳିତ

ଭୁବନେଶ୍ୱର, ୦୨/୦୮/୨୦୨୫ (ଓଡ଼ିଶା ସମାଚାର)-  କୌଶଲ୍ୟାଗଂଗସ୍ଥିତକେନ୍ଦ୍ରୀୟ ମଧୁରଜଳ ଜୀବ ପାଳନ ସଂସ୍ଥା (ସିଫା)ରେ ରାଜ୍ୟସ୍ତରୀୟ ପି.ଏମ୍. କିସାନ ଦିବସ ଆଜି ପାଳିତ ହୋଇଯାଇଛି । ଆୟୋଜିତ ଏକ ଭବ୍ୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରିଥିଲେ ।

ଜାତୀୟସ୍ତର ରେ ବାରଣାସୀରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦ୍ୱାରା  ପି.ଏମ୍. କିସାନ ଯୋଜନାରେ ଲାଭାର୍ଥୀଙ୍କ ବିଂଶତମ କିସ୍ତି ପ୍ରଦାନର ସିଧା ପ୍ରସାରଣ ମଧ୍ୟ ଏହି ଅବସରରେ କରାଯାଇଥିଲା ।ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କୃଷି ଓ କୃଷକ ମାନଙ୍କର ମଙ୍ଗଳ ଓ ଜୀବିକା ନିର୍ବାହକୁ ଉନ୍ନତ କରିବା ପାଇଁ ଓଡିଶ ।ସରକାରଙ୍କ ପ୍ରତିବଦ୍ଧତା ରହିଛି ବୋଲି ପ୍ରକାଶ କରିବାସହ ମୁଖ୍ୟମନ୍ତ୍ରୀ କୃଷକ ଯୋଜନା ଓ ସୁଭଦ୍ରା ଯୋଜନାରେ ହିତାଧିକାରୀମାନେ କିପରି ଲାଭବାନ ହେଉଛନ୍ତି ପ୍ରକାଶ କରିଥିଲେ ।

ଏହି ଅବସରରେ ଓଡିଶା ସରକାରଙ୍କ ବର୍ଷପୂର୍ତି ଉପଲକ୍ଷେ ଏକ ପୁସ୍ତିକା ବର୍ଷ-ଏକ ଉପଲବ୍ଧି ଅନେକ ର ଉନ୍ମୋଚନ ଶ୍ରୀ ମାଝି କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି, କୃଷକ ସଶକ୍ତିକରଣ ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ନିଜର ଅଭିବ୍ୟକ୍ତିରେ କୃଷି କ୍ଷେତ୍ରରେ ଓଡିଶା ସରକାର ଙ୍କର ସଫଳତା ବିଷୟରେ ବର୍ଣ୍ଣନାକରିଥିଲେ ।ତତ୍ସହିତ ପିଏମ୍ କିସାନ ଯୋଜନାରେ ଲକ୍ଷଲକ୍ଷ କୃଷକ ଉପକୃତ ହେଉଛନ୍ତି ବୋଲି କହିଥିଲେ ।ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଉପ-ମହାନିର୍ଦ୍ଧେଶକ ଡ. ଜେ. କେ. ଜେନା ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି  ଆଇସିଏଆର୍ କୃଷି ଗବେଷଣା ଓ ସଂପ୍ରସାରଣ ମାଧ୍ୟମରେ ଲକ୍ଷଲକ୍ଷ ଚାଷୀଙ୍କୁ ଉପକୃତ କରାଇପାରିଛି ବୋଲି ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରଧାନ ସଚିବ ଅରବିନ୍ଦ କୁମାର ପାଢ଼ୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଓଡିଶା କୃଷି ବିଶ୍ୱବିଦ୍ୟାଳୟର କୂଳସଚିବ ପ୍ରଫେସର ପ୍ରଭାତ କୁମାର ରାଉଳ ,ଏକାମ୍ରର ବିଧାୟକ ଶ୍ରୀ ବାବୁସିଂ, ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ଖୋର୍ଦ୍ଧା ବିଧାୟକଶ୍ରୀ ପ୍ରଶାନ୍ତ କୁମାର ଜଗଦେବ, ମୃତିକା ସଂରକ୍ଷଣ ଓ ଜଳଛାୟା ପରିଚାଳନା ବିଭାଗ ନିର୍ଦ୍ଧେଶକ ଶ୍ରୀ ସୁବ୍ରତ କୁମାର ପଣ୍ଡା, ଖୋର୍ଦ୍ଧା ଓ ପୁରୀର ଜିଲାପାଳ ଯୋଗଦାନ କରିଥିଲେ ।ମା ନାମରେ ଗଛଟିଏ କାର୍ଯ୍ୟକ୍ରମରେ ଭାଗନେଇ ଅତିଥିମାନେ ବୃକ୍ଷରୋପଣ ମଧ୍ୟ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୫୦୦ କୃଷକ, ମହିଳା କୃଷିଜୀବି ଓ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟମାନେ ଯୋଗଦାନ କରିଥିଲେ ।ଏହି ଅବସରରେ ବୈଜ୍ଞାନିକ ଓ କୃଷକ ମାନଙ୍କ ମଧ୍ୟରେ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ସହ ଏକ କୃଷି ପ୍ରଦର୍ଶନୀ ଅନୁଷ୍ଠିତହୋଇଥିଲା । ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ଧନ୍ୟବାଦ ଅର୍ପଣକରିଥିଲା ବେଳେ କାର୍ଯ୍ୟକ୍ରମକୁ ସିଫାର ନିର୍ଦ୍ଧେଶକ ଡ, ପି. କେ. ସାହୁ ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *