ବି.ବି.ହାଇସ୍କୁଲ,ଢେଙ୍କାନାଳର ୧୯୮୦ ବ୍ୟାଚ୍ ର ସହପାଠୀ  ଚତୁର୍ଥ ବନ୍ଧୁ ମିଳନ କାର୍ଯ୍ୟକ୍ରମ-୨୦୨୬ ଅନୁଷ୍ଠିତ

ଢେଙ୍କାନାଳ, ୦୮/୦୨/୨୦୨୬ (ଓଡ଼ିଶା ସମାଚାର)-  ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ଷଷ୍ଠ ଶ୍ରେଣୀରୁ ଏକାଦଶ ଶ୍ରେଣୀ ମଧ୍ୟରେ ୧୯୮୦ ବ୍ୟାଚ୍ ର ସହପାଠୀ ଚତୁର୍ଥ ବନ୍ଧୁମିଳନ -୨୦୨୬ର ବି.ବି.ହାଇସ୍କୁଲ୍,ଢେଙ୍କାନାଳ ନିକଟସ୍ଥ ପାଣିଓହଳା ପାହାଡ଼ ପାଦଦେଶରେ ଅବସ୍ଥିତ ବନଦୁର୍ଗା ମନ୍ଦିର ସନ୍ନିକଟ ବଣଭୋଜି ସ୍ଥଳରେ ଓ କଲେଜ୍ ବାଇପାସ୍ ନିକଟସ୍ଥ ଆଖଣ୍ଡଳମଣି ମନ୍ଦିରରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସେହି ସମୟରେ ଅଧ୍ୟୟନ କରିଥିବା ସମସ୍ତ ଛାତ୍ରୀ,ଛାତ୍ରମାନେ ଉପସ୍ଥିତ ରହି ନିଜ ନିଜର ମତାମତ ଉପସ୍ଥାପନ କରି ଏକତ୍ରିତ ଭାବରେ ଆଗାମୀ ଦିନରେ ବର୍ଷବ୍ୟାପି ବିଭିନ୍ନ ପ୍ରକାର ସମ୍ମିଳିତ କାର୍ଯ୍ୟକ୍ରମର ରୂପରେଖ ସ୍ଥିର କରିଥିଲେ।ସମସ୍ତ ସହପାଠୀ ବୃନ୍ଦ ପାଣିଓହଳାର ପ୍ରାକୃତିକ ପରିବେଶରେ ଅତୀତର ସ୍କୁଲ୍ ଜୀବନର ମଧୁର ସ୍ମୃତିରାଜି ରୋମନ୍ଥନ କରିବା ସଂଗେସଂଗେ ସମ୍ମିଳିତ ସହଭୋଜନର ମଜ୍ଜା ଉପଭୋଗ କରିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଂଗତ ପ୍ରଧାନ ଶିକ୍ଷକ ଛାତ୍ରୀ,ଛାତ୍ର ଓ ଶିକ୍ଷିକା,ଶିକ୍ଷକଙ୍କ ଅମର ଆତ୍ମାର ସଦ୍ ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।ସଭା ୧୯୮୦ ବ୍ୟାଚ୍ ର ପୁରାତନ ଛାତ୍ରୀଛାତ୍ରମାନେ ଓ ସେମାନଙ୍କର ପରିବାର ବର୍ଗ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ଶିକ୍ଷା,କର୍ମକ୍ଷେତ୍ରର ବିବରଣୀ ସହ ସ୍ବପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଦୀର୍ଘ ବର୍ଷର ମନଛୁଆଁ ଅଭୁଲା ଅନୁଭୂତି ସବୁର ସ୍ମୃତିଚାରଣ କରିଥିଲେ।ଏହି ଅବସରରେ ପ୍ରାକୃତିକ ପରିବେଶରେ ଓ ସ୍ଥାନୀୟ କଲେଜ୍ ବାଇପାସ୍ ନିକଟସ୍ଥ ଆଖଣ୍ଡଳମଣି ମନ୍ଦିରରେ ପ୍ରାକ୍ତନ ଛାତ୍ରୀ ଛାତ୍ର ଓ ତାଙ୍କର ପରିବାରର ସଦସ୍ୟା ସଦସ୍ୟ ମାନଙ୍କ ଦ୍ବାରା ଏକ ବର୍ଣ୍ଣାଢ୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଓ ସମବେତ ପଙ୍କ୍ତି ଭୋଜନ ସମସ୍ତଙ୍କ ଦ୍ୱାରା ବେଶ୍ ଉପଭୋଗ୍ୟ ହୋଇପାରିଥିଲା।ସ୍କୁଲ୍ ପାଠପଢା ସରିବା ପରେ ନିଜ ନିଜ କର୍ମକ୍ଷେତ୍ରରେ ଥାଇ କିଏ କେଉଁ କାର୍ଯ୍ୟରେ ବ୍ୟସ୍ତ ରହୁଥିଲେ।କିନ୍ତୁ,ଏହି ବନ୍ଧୁମିଳନ ଅବସରରେ ନିଜର ଅତିପ୍ରିୟ ସାଥୀମାନଙ୍କୁ ପାଖରେ ପାଇ,ପରସ୍ପରକୁ ଖୁଆଇ,ମଜା ଗପସପ କରି ଅତ୍ୟନ୍ତ ଆନନ୍ଦରେ ଆତ୍ମବିଭୋର ହୋଇଯାଇଥିଲେ।

ତେବେ ଏହି କାର୍ଯ୍ୟକ୍ରମ ଅବସରରେ ସମସ୍ତ ପ୍ରାକ୍ତନ ଛାତ୍ରୀ,ଛାତ୍ରମାନେ ସାରା ବର୍ଷ ଏହିପରି ଭାବରେ ପୁଣି ମହାସମାରୋହରେ ପାଳନ କରିବେ ଓ ‘ପଞ୍ଚସଖା ଶିକ୍ଷାସେତୁ କାର୍ଯ୍ୟକ୍ରମ’ରେ ସାମିଲ ହୋଇ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶର ସୂତ୍ରଧର ସାଜିବେ ବୋଲି ଦୃଢ଼ ପ୍ରତିଶୃତି ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମର ଅଭୂତପୂର୍ବ ସଫଳତା ପାଇଁ ଉପସ୍ଥିତ ଓ ଅନୁପସ୍ଥିତ ଶତାଧିକ ଛାତ୍ରୀ,ଛାତ୍ର କାୟମନୋବାକ୍ୟରେ ଅକ୍ଲାନ୍ତ ପରିଶ୍ରମ କରିଥିଲେ ସେମାନଙ୍କ ମଧ୍ୟରେ ମୋବାଇଲ୍ ଗ୍ରୁପ୍ ମାଧ୍ୟମରେ ଡ଼ା.ଦେବୀ ପ୍ରସାଦ ମିଶ୍ର,ଦୀପକ ମିଶ୍ର,ପ୍ରଶାନ୍ତ କୁମାର ପଟ୍ଟନାୟକ,ଶ୍ରୀଧର ଇପିଲି,ପ୍ରଦ୍ୟୁମ୍ନ ମହାନ୍ତି,କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ,ଶେଷାନନ୍ଦ ମିଶ୍ର, ସଞ୍ଜୟ କୁମାର ଭଞ୍ଜ,ଦିଲ୍ଲୀପ ମହାନ୍ତି,ହରିଶଙ୍କର ଶତପଥି, ହେମନ୍ତ କୁମାର ପ୍ରଧାନ,ଗୋପୀନାଥ ବାରିକ,ସନ୍ତୋଷ କୁମାର ରାଉତ,ପ୍ରଦୀପ କୁମାର ଧଳ,ଜଗଦୀଶ ସାହୁ,ବସନ୍ତ ସାହୁ, ବସନ୍ତ ମିଶ୍ର,କିଶନ ଲାଲ୍ ଅଗ୍ରୱାଲ୍,ଅନୀଲ କୁମାର ଅଗ୍ରୱାଲ, ତୁଷାରକାନ୍ତ ମହାକୁଡ,ସନ୍ତୋଷ ଶର୍ମା, ଦିତିକୃଷ୍ଣ ମଲ୍ଲିକ,ରଞ୍ଜିତ କୁଣ୍ଡୁ,ଶ୍ରୀଷ ଶତପଥୀ,ଜୟକାନ୍ତ ଦାସ,ଅଭୟ ସେନ୍,ପ୍ରକାଶ କୁମାର ମହାପାତ୍ର,ସନ୍ତୋଷ କୁମାର ମହାପାତ୍ର,ସୁରେଶ କୁମାର ରାଉତ,ଅଭିମନ୍ୟୁ ବେହେରା,ବିଜୟ କୁମାର ବିଶ୍ୱାଳ,ସଂଗ୍ରାମ ସିଂହ,ପ୍ରଦୀପ କୁମାର ଧଳ ପ୍ରମୁଖ ଓ ସୁଦୂରରେ ରହି ମଧ୍ୟ ଆଶୁତୋଷ ରାଉତ,ସତ୍ୟପ୍ରିୟ ମହାନ୍ତି,ଦେବୀ ପ୍ରସାଦ ଦାସ, ଅର୍ଚ୍ଚନା ରାଉତ,ତିଳୋତ୍ତମା ମାଝୀଙ୍କ ସମେତ ଦୂରରେ ଅବସ୍ଥାନ କରୁଥିବା ସମସ୍ତ ପ୍ରାକ୍ତନ ଛାତ୍ରୀ,ଛାତ୍ରବୃନ୍ଦ ବଳିଷ୍ଠ ଭୂମିକା ନିର୍ବାହ କରିଥିଲେ ।

ଅର୍ଦ୍ଧ ଶତାଧିକରୁ ପ୍ରାକ୍ତନ ଉର୍ଦ୍ଧ୍ବ ଛାତ୍ରୀ,ଛାତ୍ର ଓ ଅନେକ ଶୁଭେଚ୍ଛୁ ବନ୍ଧୁ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଅଂଶଗ୍ରହଣ କରିଥିଲେ।ଏହି ଅବସରରରେ ଅବସର ପ୍ରାପ୍ତ ସହକାରୀ ଶିକ୍ଷକ ତଥା ୧୯୮୦ ବ୍ୟାଚର ପ୍ରାକ୍ତନ ଛାତ୍ର ଡା.ଦେବୀ ପ୍ରସାଦ ମିଶ୍ର ନିଜର ବକ୍ତବ୍ୟରେ ଅନ୍ୟମାନେ ମଧ୍ୟ ଏହି ଭଳି ଆଗେଇ ଆସିବାକୁ ଆହ୍ୱାନ ଜଣାଇ ସ୍ଵୀୟ ବକ୍ତବ୍ୟରେ”ଯିଏ ମୋତେ ଶିଖାଇଥିଲା ଅ… ସେ ମୋତେ ଆଜି ହାତଠାରି ଡାକୁଛି ଆ…..ତୋ ଋଣ ଶୁଝି ଦେଇ ଯା” ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ।ଏହିଭଳି ଆଗାମୀ ଦିନରେ ଆହୁରି ଅନେକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସହ ଅନେକ ଗଠନମୂଳକ କାର୍ଯ୍ୟକ୍ରମ କରାଯିବ ବୋଲି ସମସ୍ତ ବନ୍ଧୁ ବର୍ଗ ସେମାନଙ୍କର ଦୃଢ଼ ମତପ୍ରକାଶ କରିଥିଲେ।ପ୍ରାୟ ଶତାଧିକ ପ୍ରାକ୍ତନ ଛାତ୍ରୀ,ଛାତ୍ର ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।ପରିଶେଷରେ ପ୍ରାକ୍ତନ ଛାତ୍ରୀ,ଛାତ୍ରମାନେ କାର୍ଯ୍ୟକ୍ରମର ଅଭୂତପୂର୍ବ ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *