ଶିକ୍ଷକ ଅଭାବରୁ ଚିତ୍ରୋତ୍ପଳା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷାଦାନ ବାଧାପ୍ରାପ୍ତ

ନିଶ୍ଚିନ୍ତକୋଇଲି,୦୧/୦୮/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା)- ଏକଦା ଶିକ୍ଷାଦାନ କ୍ଷେତ୍ରରେ ବେସ ସୁନାମ ଅର୍ଜନ କରିଥିବା ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚ ବିଦ୍ୟାଳୟ ନିଜର ପୂର୍ବ ଗୌରବ ହରାଇବାକୁ ବସିଲାଣି ।

ଏଠାରୁ ଶିକ୍ଷାଲାଭ କରି ବହୁ ମେଧାବୀ ଛାତ୍ର ଛାତ୍ରୀ ବିଭିନ୍ନ ଉଚ୍ଚ ପଦପଦବୀ ରେ ଅଧିଷ୍ଠିତ ହୋଇ ବିଦ୍ୟାଳୟ ର ଗୌରବ ବୃଦ୍ଧି କରିଛନ୍ତି । ମାତ୍ର ବିଗତ ଏକବର୍ଷ ରୁ ଉର୍ଧ୍ଵ ହେବ ଆବଶ୍ୟକ ଶିକ୍ଷକ ପଦବୀ ଖାଲି ପଡିଥିଲେହେଁ ଏହାକୁ ପୂରଣ କରାଯାଉନାହଁ । ସୂଚନା ମୁତାବକ,ଏହି ବିଦ୍ୟାଳୟ ରେ ଷଷ୍ଠ ରୁ ଦଶମ ପର୍ଯ୍ୟନ୍ତ ପାଞ୍ଚ ଟି ଶ୍ରେଣୀ ରହିଛି । ଛାତ୍ର ଛାତ୍ରୀ ଙ୍କ ସଂଖ୍ୟା ୨୬୨ ରହିଛି । ମାତ୍ର ପ୍ରଧାନ ଶିକ୍ଷକ ଙ୍କୁ ମିଶାଇ ୫ଜଣ ଶିକ୍ଷକ ପଦବୀ ଦୀର୍ଘଦିନ ହେବ ଖାଲି ରହିଛି ।

ସେମାନଙ୍କ ମଧ୍ୟ୍ୟରୁ ପ୍ରଧାନ ଶିକ୍ଷକ,ବିଜ୍ଞାନ, ଗଣିତ,ହିନ୍ଦି, କ୍ରୀଡା ଶିକ୍ଷକ ପଦ ଖାଲି ପଡିଛି । ଏ ସମ୍ପର୍କରେ ବାରମ୍ବାର ବିଭାଗୀୟ କର୍ତୃପକ୍ଷ କୁ ଅବଗତ କରାଗଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଫଳରେ ପିଲାମାନେ ସମ୍ପୃକ୍ତ ବିଷୟ ଗୁଡିକରେ ଅଧ୍ୟୟନ ରୁ ବଞ୍ଚିତ ହେଉଛନ୍ତି । ଏ ସମ୍ପର୍କ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ  ଙ୍କୁ ପଚାରିବାରୁ, ସେ, ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇ ଦେଇଛନ୍ତି ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *