ଲକ୍ଷ୍ମୀପୁର ୦୧/୦୮/୨୦୨୫(ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)- ଲକ୍ଷ୍ମୀପୁର ସ୍ଥିତ ସାଙ୍ଗାନା ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ସମଗ୍ର ଶିକ୍ଷା ଦ୍ଵାରା ବ୍ଲକ୍ ସ୍ତରୀୟ ଅଖିଳ ଭାରତୀୟ ଶିକ୍ଷା ସମାଗମ ଉତ୍ସଵ ପାଳନ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟରେ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ମାନ ଙ୍କୁ ଚଷମା ବଣ୍ଟନ କରାଯାଇଥିଲା।ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୂତି ଭୂଷଣ ଟାକ୍ରି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିର ରେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପୂଜାର୍ଚ୍ଚନା କରି ଶିବିର ର ଶୁଭ ଉଦ୍ଘାଟନ କରିଥିଲେ।
ଶ୍ରୀ ସାଉନ୍ତା ଏହି ଶିବିର ଆୟୋଜନ ର ଉଦେଶ୍ୟ ଅବଗତ କରାଇବା ସହ ନିଜେ ଛାତ୍ର ଛାତ୍ରୀଙ୍କୁ ଚଷମା ପିନ୍ଧାଇ ଥିଲେ।ଉକ୍ତ ଶିବିରରେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ,ସାଂସଦଙ୍କ ପ୍ରତିନିଧି କୈଳାସ ଚନ୍ଦ୍ର ଖୋସଲା, ବିଧାୟକଙ୍କ ପ୍ରତିନିଧି ମଣ୍ଟୀ ଖରା,ସିଆରସିସି କୃଷ୍ଣ କୁଲଦୀପ ଉପସ୍ଥିତ ଥିଲେ।ଗତ ମାର୍ଚ୍ଚ ୨୫ ତାରିଖରେ ସ୍ଥାନୀୟ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ସୁନେତ୍ର କାର୍ଯ୍ୟକ୍ରମରେ ଚକ୍ଷୁ ପରୀକ୍ଷା କରି ୬୦ ଜଣ ଛାତ୍ର ଛାତ୍ରୀଙ୍କୁ ଚଷମା ପ୍ରଦାନ ପାଇଁ ସ୍ଥିର ହୋଇଥିବା ବେଳେ ଆଜି ବଣ୍ଟନ କରାଯାଇଥିଲା।ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ଶିବିର ଓ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମ ଉପ ଉପ ଲକ୍ଷେ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟରେ ଭିନ୍ନ କ୍ଷମ ବିଭାଗରେ କାର୍ଯ୍ୟରତ କୁଳନିଧି ବିଡିକା,ମନୋଜ କୁମାର ମଣ୍ଡିଙ୍ଗା,ମହାଦେବ କର୍କରା,ଶିକ୍ଷକ ସରୋଜ କୁମାର ଜେନା ଓ ହେମନ୍ତ ମହାନନ୍ଦିଆ ଉପସ୍ଥିତ ରହି ସହଯୋଗ କରିଥିଲେ।
