ତେଣ୍ଡାକୁଡ଼ା ଫଜଲହକ୍ ସରକାରୀ ହାଇସ୍କୁଲ ର ବାର୍ଷିକ ଉତ୍ସବ

ଗରଦପୁର, ୦୩/୦୨/୨୦୨୫(ଓଡ଼ିଶା ସମାଚାର)- ତେଣ୍ଡାକୁଡ଼ା ଫଜଲହକ୍ ସରକାରୀ ହାଇସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲିପ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କୋରୁଆ ସରକାରୀ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ନୃସିଂହ ଚରଣ ମଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତିତ ସୁଶାନ୍ତ କୁମାର ବେହୁରା ଓ ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ । ଶିକ୍ଷକ ଅନାଦି ଚରଣ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ଏଲଟିକ୍ସ ପଟ୍ଟନାୟକ, ବୈଜୟନ୍ତୀ ଜେନା , ଶିକ୍ଷକ ଚନ୍ଦନ ନାୟକ, କ୍ରୀଡ଼ା ଶିକ୍ଷକ ତାପସ କୁମାର ମହାନ୍ତି ପ୍ରମୁଖ ବିଭିନ୍ନ ଉପାଦେୟ ବକ୍ତବ୍ୟ ପ୍ରଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଭଲ ମଣିଷ ହେବା ପାଇଁ ଆହ୍ୱାନ କରିଥିଲେ । ଏହି ଉତ୍ସବରେ ବାର୍ଷିକ କ୍ରୀଡ଼ା ର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏଥି ସହିତ ୧୦ମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ବିଦାୟ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *