ଶିକ୍ଷା ବାଜିରାଉତ କଲେଜ ଅଧ୍ୟକ୍ଷ ଓ କିରାଣୀ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା admin@odiaJuly 31, 2025 ଭୁବନ,୩୧/୦୭/୨୦୨୫(ଓଡ଼ିଶା ସମାଚାର)-ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ଅଧ୍ୟକ୍ଷ କେଶବ ଚନ୍ଦ୍ର ରାଉତରାୟ ଓ କନିଷ୍ଠ କିରାଣୀ ଶିଶିର କୁମାର ସାହୁ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ବରିଷ୍ଠ ଅଧ୍ୟାପକ ପ୍ରଫୁଲ୍ଲ ଚନ୍ଦ୍ର ଭୂୟାଁଙ୍କ ସଭାପତିତ୍ବରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ରହି ବିଦାୟୀ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଉତରାୟ,କନିଷ୍ଠ କିରାଣୀ ଶ୍ରୀଯୁକ୍ତ ସାହୁ ଙ୍କ କର୍ମମୟ ଜୀବନ ସମ୍ପର୍କରେ ଆଲୋକପାତ କରିବା ସହ ସୁସ୍ଥ ନିରାମୟ ଜୀବନ କାମନା କରିଥିଲେ । ଏହି ଅବସରରେ ଉଭୟଙ୍କୁ ପୁଷ୍ପଗୁଚ୍ଛ , ଉତ୍ତରୀୟ,ପ୍ରଶଂସାପତ୍ର ଓ ଉପହାର ପ୍ରଦାନ କରାଯାଇଥିଲା । ଗ୍ରନ୍ଥାଗାରିକ ନନ୍ଦ କିଶୋର ଧୀର ମାନପତ୍ର ପଠନ କରିଥିଲେ । ମୂଖ୍ୟ କିରାଣୀ କୈଳାଶ ଚନ୍ଦ୍ର ବେହେରା ସ୍ବରଚିତ କବିତା ମାଧ୍ୟମରେ ଅଧ୍ୟକ୍ଷ ଓ କନିଷ୍ଠ କିରାଣୀ ଙ୍କ ଉଚ୍ଚ ପ୍ରଶଂସା କରିଥିଲେ । ଇତିହାସ ବିଭାଗ ଅଧ୍ୟାପକ ପ୍ରଭାତ ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା କ୍ଷୀରାବ୍ଦି ତନୟା ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ। Share this: Share on WhatsApp (Opens in new window) WhatsApp TweetLike this:Like Loading...
ସରବତୀ ଦେବୀ ମହିଳା ମହାବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ କାର୍ଯ୍ୟକ୍ରମ ରାଜଗାଙ୍ଗପୁର ୨୮/୧୧/୨୦୨୩ (ଓଡ଼ିଶା ସମାଚାର)-ସୁନ୍ଦରଗଡ଼ ଜିଲ୍ଲା, ରାଜଗାଙ୍ଗପୁର ଅନ୍ତର୍ଗତ ସରବତୀ ଦେବୀ ମହିଳା ମହାବିଦ୍ୟାଳୟ, ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ମିଳିତ ଆନୁକୁଲ୍ୟରେ… Share this: Share on WhatsApp (Opens in new window) WhatsApp TweetLike this:Like Loading...
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଏବଂ ରାଜା ମଧୁସୂଦନ ଦେବ ବିଜ୍ଞାନ ଓ ଶିକ୍ଷା ମହାବିଦ୍ୟାଳୟ, ପଟିଆ ଦ୍ଵାରା କବିବର ରାଧାନାଥ ରାୟଙ୍କ ୧୭୬ତମ ଜୟନ୍ତୀ ପାଳିତ ଭୁବନେଶ୍ୱର, ୨୮/୯/୨୦୨୪ (ଓଡ଼ିଶା ସମାଚାର)- ଆଜି କବିବର ରାଧାନାଥ ରାୟଙ୍କ ଜୟନ୍ତୀ। ଏହି ଅବସରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶାର ଭୁବନେଶ୍ଵର ଶାଖା ଓ ରାଜା… Share this: Share on WhatsApp (Opens in new window) WhatsApp TweetLike this:Like Loading...
କେନ୍ଦ୍ରାପଡ଼ା ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ପାଇଁ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ନିକଟରେ ପୁରାତନ ଛାତ୍ରଙ୍କ ଦାବି କେନ୍ଦ୍ରାପଡ଼ା,୧୩/୯/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲାର ସର୍ବପୁରାତନ ମହାବିଦ୍ୟାଳୟ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ପାଇଁ ପୁରାତନ ଛାତ୍ରମାନେ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀଙ୍କ ନିକଟରେ ଦାବି… Share this: Share on WhatsApp (Opens in new window) WhatsApp TweetLike this:Like Loading...