ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଉପଲକ୍ଷେ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚନ

ଭୁବନେଶ୍ୱର,୩୦/୦୭/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ /ପିଆଇବି): ‘ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ’ ଉପଲକ୍ଷେ ଓଡ଼ିଶା ଡାକ ପରିମଣ୍ଡଳ ଦ୍ୱାରା ଏକ ସ୍ୱତନ୍ତ୍ର ଲଫାପା ଉନ୍ମୋଚିତ ହୋଇଛି । ଭୁବନେଶ୍ୱର ସ୍ଥିତ ଓଡ଼ିଶା ପରିମଣ୍ଡଳର ସିିଏମଜି କାର୍ଯ୍ୟାଳୟ ପିଆରସି ହଲ୍ ରେ ଏହି ଉନ୍ମୋଚନ ସମାରୋହ ଆୟୋଜିତ ହୋଇଥିଲା  । ଏଥିରେ ବରିଷ୍ଠ ଡାକ ଅଧିକାରୀ/କର୍ମଚାରୀ, ଜଣାଶୁଣା ଡାକ ଟିକେଟ ସଂଗ୍ରହକାରୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ  । ଓଡ଼ିଶା ପରିମଣ୍ଡଳର ମୁଖ୍ୟ ମହାଡାକପାଳ ନିର୍ମଳଜିତ ସିଂହ ଏହି ସ୍ୱତନ୍ତ୍ର ଲଫାପାକୁ ଉନ୍ମୋଚନ କରିଥିଲେ ।

ସେ ତାଙ୍କ ଅଭିଭାଷଣରେ ବାଘ ସଂରକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସମାରୋହରେ ଡାକ ସେବା ନିର୍ଦ୍ଧେଶକ (ମୁଖ୍ୟାଳୟ) ଶ୍ରୀ ଅମିତ କୁମାର ଝା, ଭୁବନେଶ୍ୱର ଡିଭିଜନର ଏସଏସପିଓ ଶ୍ରୀ ତାରିଣୀ ଚରଣ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ  । ଡାକ ସହାୟକ ନିର୍ଦ୍ଧେଶକ (ଫିଲାଟେଲି) ମଧୁସ୍ମିତା ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସ୍ୱତନ୍ତ୍ର ଲଫାପା ଭୁବନେଶ୍ୱର, କଟକ ଏବଂ ସମ୍ବଲପୁରର ଫିଲାଟେଲିକ୍ ବ୍ୟୁରୋଠାରେ ୨୫ ଟଙ୍କା ମୂଲ୍ୟରେ ଡାକ ଟିକଟ ସଂଗ୍ରହକାରୀ ତଥା ଜଣ ସାଧାରଣଙ୍କ କ୍ରୟ ନିମନ୍ତେ ଉପଲବ୍ଧ ହେବ ।

Leave a Reply

Your email address will not be published. Required fields are marked *