ଅନୁସୂଚିତ ଜାତି ଓ ଜନଜାତି ଜାତୀୟ ସମ୍ମିଳନୀ ଅଗଷ୍ଟ ୨୯ରେ

ଭୁବନେଶ୍ୱର,୩୦/୦୭/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଆଗାମୀ ଅଗଷ୍ଟ ୨୯ ଓ ୩୦ ତାରିଖରେ ଓଡ଼ିଶାରେ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ୧୯୯୪ ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ କୌଣସି ସଂସଦୀୟ କମିଟିର ବୈଠକ ହେବାକୁ ଯାଉଛି । ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳର ବିଧାନସଭା କମିଟିର ଜଣେ ଅଧ୍ୟକ୍ଷ, ୫ଜଣ ସଦସ୍ୟ ଏବଂ ୪ଜଣ ବିଧାୟକ ଯୋଗଦେବେ । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଂସଦୀୟ କମିଟିର ୩୦ଜଣ ସଦସ୍ୟ ଯୋଗଦେବେ ।

୧୯୯୪ ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ କୌଣସି ସଂସଦୀୟ କମିଟିର ବୈଠକ ହେବାକୁ ଯାଉଛି । ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳର ବିଧାନସଭା କମିଟିର ଜଣେ ଅଧ୍ୟକ୍ଷ, ୫ଜଣ ସଦସ୍ୟ ଏବଂ ୪ଜଣ ବିଧାୟକ ଯୋଗଦେବେ । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଂସଦୀୟ କମିଟିର ୩୦ଜଣ ସଦସ୍ୟ ଯୋଗଦେବେ । ମୁଖ୍ୟମନ୍ତ୍ରୀ ଏହି ଜାତୀୟ ସମ୍ମିଳନୀର ଉଦଘାଟନ କରିବେ । ଲୋକସଭା ବାଚସ୍ପତିଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ଏଥିରେ ଯୋଗଦେବେ । ବିଧାନସଭା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଦୁଇ ଦିନ ଧରି ଲୋକସେବା ଭବନ କନଭେନସନରେ ଏହି ସମ୍ମିଳନୀ ଆୟୋଜିତ ହେବ । ଏନେଇ ସୂଚନା ଦେଇଛନ୍ତି ବିଧାନସଭା ସଚିବ ସତ୍ୟବ୍ରତ ରାଉତ ।

Leave a Reply

Your email address will not be published. Required fields are marked *