ପାଟକୁରା ପୂଜ୍ୟ ପୂଜା ସଂସଦର ସପ୍ତମ ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ ସମାରୋହ

ପାଟକୁରା ୦୬/୦୪/୨୦୨୬ (ଓଡିଶା ସମାଚାର )-ଆଧୁନିକତାର ଦ୍ୱାହି ଦେଇ ଅନେକ ଲୁକାୟିତ ପ୍ରତିଭା ଜନ ମାନସରୁ ଲିଭିଯିବାକୁ ବସିଛି ହେଲେ ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଘାତ ପ୍ରତିଘାତ ମଧ୍ୟରେ ଆଗକୁ ଆସି ପ୍ରତିଭା ସନ୍ଧାନ କରି ପ୍ରତଭାକୁ ସମ୍ମାନିତ କରିବା ସମାଜ ପାଇଁ ନିହାତି ଏକ ଗୋରବର ବିଷୟ ବୋଲି ସମ୍ମାନିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ପାଟକୁରା ପୂଜ୍ୟ ପୂଜା ସଂସଦ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରତିଭା ସମ୍ମାନ ସନ୍ଧାନରେ ଆଗରେ ଅଛନ୍ତି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।
ଗରଦପୁର ବ୍ଲକ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପାଟକୁରା ପୂଜ୍ୟ ପୂଜା ସଂସଦର ୭ମ ବାର୍ଷିକୀ ଉତ୍ସବ ଓ ପ୍ରତିଭା ସମ୍ମାନ ସମାରୋହ କାର୍ୟ୍ୟକ୍ରମ କଳାବୁଦା ବାରୁଣୀ ପଡିଆରେ ଆୟୋଜିତ ହୋଇଯାଇଛି। ସଂସଦ ର ସଭାପତି ଡାକ୍ତର ବୈଲୋଚନ ଛାଟୋଇ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବକୁ ଶ୍ରୀମଦ୍ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଯୁବପିଢୀ ପ୍ରତିଭାବାନ ହେବା ପାଇଁ ନିଜର ଚରିତ୍ର କୁ ସୁଧାରିବା ସହ ଭଗବତ୍ ପ୍ରେମୀ ହେବା ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ନିରଞ୍ଜନ ସାହୁ ସଂସ୍କୃତି କୁ ରୁଦ୍ଧିମନ୍ତ କରିବା ସହ ମାଟିର ଗାରିମାମୟ ଗାଥା ପ୍ରତିଭା ସୃଷ୍ଟି ପାଇଁ ପ୍ରେରଣା ଦେଇଥାଏ ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟିକ ଓ ପାଟକୁରା ମାଟିର ପୁଅ ତଥା ଗାଳ୍ପିକ ଓ ସଂଳାପ ଲେଖକ ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଅତିଥି ଓ ଦୁରଦର୍ଶନ, ବେତାର ଓ ମଞ୍ଚକଳା ନିର୍ଦ୍ଦେଶକ ଚିନ୍ମୟଦାସ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପୂଜ୍ୟପୂଜା ସଂସଦ ର ଏଭଳି ଏକ ନିଆରା ପ୍ରୟାସ କୁ ଭୂୟସୀ ପ୍ରଶଂସା କରିବା ସହ ଏହି ସମାରୋହରେ ସମ୍ବର୍ଦ୍ଧିତ ହୋଇଥିବା ପ୍ରତିଭା ଆଗାମୀ ପିଢୀ ପାଇଁ ପ୍ରେରଣା ଉତ୍ସ ହୋଇ ପାଟକୁରା ମାଟିର ଗାରିମା କୁ ଗରିମାମୟ କରିବେ ବୋଲି କହିଥିଲେ । ଏହି ଅବସରରେ ସଂସଦ ପକ୍ଷରୁ ପତ୍ରିକା ମାଟିର ମହକ ଉନ୍ମୋଚିତ ହୋଇଥିବା ବେଳେ ବରିଷ୍ଠ ଖବରଦାତା ମିହିର ଆଚାର୍ୟ୍ୟ,କବି ମେଜର ଭରତ ଜେନା, ମୃତ୍ତିକା ଶିଳ୍ପୀ ସୁକଦେବ ସାହୁ ପ୍ରାକ୍ତନ ପ୍ରଧାନ ଶିକ୍ଷକ ତ୍ରୈଲୋକ୍ୟ ବେହେରା ଓ ଶିକ୍ଷକ ଶଙ୍କର ଚରଣ ସ୍ବାଇଁ ଙ୍କୁ ନିଜ ନିଜର ପ୍ରତିଭା ପାଇଁ ଚଳିତ ବର୍ଷ ଉତ୍ତରୀୟ ଓ ମାନ ପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଂସଦର ସଂପାଦକ ପଣ୍ଡିତ ପ୍ରଫୁଲ୍ଲ ପଣ୍ଡା ସଂପାଦକୀୟ ପାଠ କରିଥିବା ବେଳେ ସଂସଦ ସଭ୍ୟ ତଥା ପ୍ରାକ୍ତନ ଶିକ୍ଷକ ମାଧବାନନ୍ଦ ନାୟକ ସ୍ବାଗତ ଭାଷଣ ଦେଇଥିଲେ।


ଏହି କାର୍ୟ୍ୟକ୍ରମରେ ସଂସଦ ର ସଭ୍ୟ କାନୁନଗୋ ଶଶୀଭୂଷଣ ମହାନ୍ତି,କାଳନ୍ଦୀ ମହାରଣା, ରାଜକିଶୋର ବାରିକ୍, ପ୍ରାକ୍ତନ ପ୍ରଧ୍ୟାପକ ତଥା ଉପସଭାପତି ରଞ୍ଜନ କୁମାର ଦାସ ,ବିଶିଷ୍ଟ ସମାଜସେବୀ ତଥା ସାମ୍ବାଦିକ ଶ୍ରୀକାନ୍ତ ନାୟକ, ଗତିକୃଷ୍ଣ ଦାସ ,ସାମ୍ବାଦିକ ଗୋକୁଳାନନ୍ଦ ପରିଜା, ସମାଜସେବୀ ଶିଶିର ପରିଡା,ଅକ୍ଷୟ ନାୟକ, ତ୍ରୈଲୋକ୍ୟ ଲେଙ୍କା ଙ୍କ ସମେତ ସଂସଦ ର ଅନ୍ୟ କର୍ମକର୍ତ୍ତା ସଭ୍ୟ ଓ ସଭ୍ୟା ପରିଚାଳନା କରିଥିବା ବେଳେ ସଂସଦର ବରିଷ୍ଠ ସଭ୍ୟ ଶିକ୍ଷାବିତ ନବଘନ ମହାରଣା ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *