ଟ୍ରଷ୍ଟ ପକ୍ଷରୁ ସହାୟତା

କେନ୍ଦ୍ରାପଡ଼ା, ୧୧/୧୦/୨୦୨୪ (ଓଡ଼ିଶା ସମାଚାର)- ବାନ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ କର୍କଟ ପିଡିତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏସମ୍ପର୍କରେ ଖବର ପାଇବା ପରେ ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମିରଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ତୁରନ୍ତ ସହାୟତା ପ୍ରଦାନ ପାଇଁ  ପରାମର୍ଶ ଦେଇଥିଲେ । ଟ୍ରଷ୍ଟର ସଂଯୋଜକ ପ୍ରଦୀପ କୁମାର ମହାନ୍ତି କେନ୍ଦ୍ରାପଡା ପୌରାଂଚଳର ଇଦଗାମହଲାରେ ପହଂଚି କର୍କଟ ପିଡିତ ସେକ ନବୀଙ୍କୁ ଟ୍ରଷ୍ଟ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସହାୟତା ପ୍ରଦାନ ସମୟରେ ଲକ୍ଷ୍ମୀକାନ୍ତ ନାୟକ ଓ ସେକ ନବୀଙ୍କ ପରିବାର ଲୋକମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *