ଦୁଇ ଘଣ୍ଟା ବିଳମ୍ବରେ ଆସିଲା ପ୍ରଶାନ୍ତି ଏକ୍ସପ୍ରେସ, ସ୍ବାଗତ କଲେ ହଜାର ହଜାର ଜନସାଧାରଣ

ନିରାକାରପୁର,୩୦/୧୨/୨୦୨୩ (ଓଡ଼ିଶା ସମାଚାର)-ଆଜିଠାରୁ ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେସନରେ ଭୁବନେଶ୍ୱର – ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ ରହଣୀ ଆରମ୍ଭ କରିଛି। ଏହି ଏକ୍ସପ୍ରେସ ଟ୍ରେନ ରହଣୀ ପାଇଁ ଅଞ୍ଚଳ ର ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତି ବିଶେଷଙ୍କ ଉଦ୍ୟମ ଥିବାବେଳେ ଏହାକୁ ନେଇ ଆଜି ନିରାକାରପୁର ରାଜନୀତି ସରଗରମ ହୋଇଥିଲା। ଏହାକୁ ଆୟୋଧ କରି ବିଜେପି ନିଜର ପତିଆରା ଦେଖାଇବା ଉଦେଶ୍ୟରେ ଏକ ଶୋଭାଯାତ୍ରା ଓ ସଭା କରିଥିବାବେଳେ ଅନ୍ୟ ଦଳର କର୍ମୀ ନେତାମାନେ ମଧ୍ୟ ନିଜର ପତିଆରା ରଖିବା ପାଇଁ ଫୁଲତୋଡ଼ା ରୁ ଆରମ୍ଭ କରି ନଡ଼ିଆ ଭାଙ୍ଗିବା , ଲଡୁ ବଣ୍ଟନ କରିବାର ଦେଖା ଯାଇଥିଲା। ଯାହା ବି ହେଉ ଟ୍ରେନ ଅଟକିବା ନିରାକାରପୁରର ବିକାଶରେ ସହାୟ ହେବା ସହିତ ବାଙ୍ଗାଲୋର ଯାତାୟାତ ସହଜ ହେବ ବୋଲି ଜଣା ପଡ଼ିଛି। ଆଜି ନିର୍ଦ୍ଧାରିତ ସମୟର ୨ ଘଣ୍ଟା ବିଳମ୍ବରେ ପ୍ରଶାନ୍ତି ଏକ୍ସପ୍ରେସ ନିରାକାରପୁର ରେଳ ଷ୍ଟେସନରେ ପହଞ୍ଚିବା ପରେ ଉତ୍ସଗୀକୃତ ସମ୍ବର୍ଦ୍ଧନା ଜଣା ଯାଉଥିଲା। ଟ୍ରେନ ଆଗରେ କଦଳୀ ଗଛ ବାନ୍ଧି , ପୂଜା ଅର୍ଚ୍ଚନା କରିଥିଲେ ସ୍ଥାନୀୟ ଜନସାଧାରଣ। ଟ୍ରେନ ଡ୍ରାଇଭର ଓ ଗାର୍ଡ ଙ୍କୁ ଫୁଲ ତୋଡା ଦେବା ସହିତ ଫୁଲମାଳ ପିନ୍ଧାଇ ଦେଇଥିଲେ। ଉପସ୍ଥିତ ହଜାର ହଜାର ଜନସାଧାରଣ ହାତ ହଲାଇ ଟ୍ରେନକୁ ସ୍ଵାଗତ କରିବା ଦୃଶ୍ୟ ବଡ଼ ଅପୂର୍ବ ଥିଲା। ଆଜି ଟ୍ରେନ ଟି ସନ୍ଧ୍ୟା ୭ ଟା ୨୨ ମିନିଟରେ ପହଞ୍ଚି ଥିବା ବେଳେ ୭ ଟା ୨୯ ମିନିଟରେ ଷ୍ଟେସନ ଛାଡିଥିଲା।

Leave a Reply

Your email address will not be published. Required fields are marked *