କଟକ ସଦର, ୨୭/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଭାଇଚାରାର ସହର କଟକ ରେ ଗଣେଶ ଭସାଣି କୁ ନେଇ ଚଳିତବର୍ଷ ଦ୍ୱନ୍ଦ ଦେଖାଦେଇଛି। ଗଣେଶ ପୂଜା ପରେ ତିନୋଟି ରବିବାର ଯଥାକ୍ରମେ ଅଗଷ୍ଟ ୩୧, ସେପ୍ଟେମ୍ବର ୭ ଓ ୧୪ ତାରିଖ ରେ ମହାନଗର ଶାନ୍ତି କମିଟିର ତୃଟିପୂର୍ଣ୍ଣ ପ୍ରସ୍ତାବ କ୍ରମେ ପୋଲିସ ପ୍ରଶାସନ ଏକପାଖିଆ ଭସାଣି କରିବାକୁ ନିର୍ଦ୍ଦେଶନାମା ଜାରୀ କରିଥିବା ଅଭିଯୋଗ ହେଉଛି। ଏଥିପାଇଁ ପୂଜା କମିଟି ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ପରମ୍ପରା ଅନୁଯାୟୀ ୨୫୦ ରୁ ଉର୍ଦ୍ଧ୍ବ ମଣ୍ଡପରେ ଗଣେଶଙ୍କ ପୂଜା ସହିତ ଘାଣ୍ଟ ତରକାରୀ ପ୍ରସାଦ ଲାଗି କରିବା ପରେ ଯାଇଁ ବିସର୍ଜନ କରାଯାଇଥାଏ। ଏଥିସହିତ ଦ୍ଵିତୀୟ ସେପ୍ଟେମ୍ୱର ୭ ତାରିଖ ରବିବାର ଦିନ ଚନ୍ଦ୍ର ଗ୍ରହଣ ପଡ଼ୁଥିବାରୁ ଭସାଣି କୁ ଘୁଞ୍ଚାଇ ୨୧ ତାରିଖ ରବିବାର ହେବାକୁ ନିଷ୍ପତ୍ତି ହୋଇଛି। ଏହା ଦ୍ୱାରା ୭ ତାରିଖ ଦିନ ଭସାଣି କରିବାକୁ ପ୍ରସ୍ତୁତ ଥିବା ପୂଜା ମଣ୍ଡପର କର୍ମକର୍ତ୍ତା ମାନେ ବିଶେଷ ଭାବେ କ୍ଷତି ସହିବେ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ ଯେ ଚଳିତବର୍ଷ ଦୁତୀଆ ଓଷା ଶେଷ ରବିବାର ୧୪ ତାରିଖ ରବିବାର ପଡୁଥିବାରୁ ଘାଣ୍ଟ ତାପରଦିନ ୧୫ ତାରିଖ ସୋମବାର ଦିନ ହୋଇ ଲାଗି କରାଯିବ। ଏହି ସବୁ ଅସୁବିଧା କୁ ଅନୁଧ୍ୟାନ କରି ସେପ୍ଟେମ୍ବର ୨୧ ତାରିଖ ରବିବାର ଦିନ ଘାଣ୍ଟଖିଆ ଗଣେଶଙ୍କର ଭସାଣି ଯାତ୍ରା ପାଇଁ ଅନୁମତି ପ୍ରଦାନ କରିବାକୁ କଟକ ସିଗ୍ନେଚର ପରିଚାଳନା କମିଟି ପକ୍ଷରୁ ସଭାପତି ଦେବବ୍ରତ ଦାଶ, ସାଧାରଣ ସଂପାଦକ ନିରଞ୍ଜନ ଜେଠୀ ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଓ ବିଭିନ୍ନ ପୂଜା କମିଟି ର କର୍ମକର୍ତ୍ତା ମାନେ କମିଶନରେଟ କଟକ ଉପ ଆରକ୍ଷୀ ଆୟୁକ୍ତ (ଡିସିପି) ଙ୍କୁ ଦାବି ପତ୍ର ପ୍ରଦାନ କରିଥିବା ଜଣାଯାଇଛି।
