ରାଉରକେଲା,୨୧/୦୪/୨୦୨୫ (ଓଡ଼ିଶା ସମାଚାର /ସସ୍ମିତା ପ୍ରଧାନ )- ରାଜ୍ୟ ତଥା ସହରର ଜଣାଶୁଣା ସାମ୍ବାଦିକ ତଥା ଦୈନିକ ସୂର୍ଯ୍ୟପ୍ରଭା ଖବରକାଗଜର ସମ୍ପାଦକ ରବି କାନୁନଗୋ ଙ୍କ ୮୧ ତମ ଜନ୍ମ ଦିନ ପାଳନ ଅବସରରେ ତାଙ୍କ ବାସଭବନରେ ସହରର କବି, ସାହିତ୍ୟିକ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇବା ସହ ତାଙ୍କ ନିରୋଗ ନିରାମୟ ଜୀବନ କାମନା କରାଯାଇଥିଲା।
ହମିରପୁର ଉନ୍ନୟନ ପରିଷଦ ର ସଭାପତି ଡ଼ଃ ସୁମନ ଦତ୍ତ, ଓଡ଼ିଆ ଭାଷା ବିକାଶ ମଞ୍ଚ ର ସମ୍ପାଦକ ତଥା କବି ଆର୍ତ୍ତତ୍ରାଣ ମହାପାତ୍ର, ଗାଳ୍ପିକ କାଶୀନାଥ ନନ୍ଦୀ, ଜର୍ଣ୍ଣାଲିଷ୍ଟ
ଆସୋସିଏସନ୍ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ,ସାମ୍ବାଦିକା ସସ୍ମିତା ପ୍ରଧାନ, ମଞ୍ଜୁଲିତା କାନୁନଗୋ, ରୋମି କାନୁନଗୋ,ଆୟନ କାନୁନଗୋ, ତ୍ରୟମ ଓ ଗଙ୍ଗାଧର ପ୍ରମୁଖ ଉପସ୍ଥିତ ରହି ଶ୍ରୀ କାନୁନଗୋଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ଆଶ୍ରିବାଦ ନେବା ସହ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।
ଶ୍ରୀ କାନୁନଗୋ ଏହାକୁ ତାଙ୍କ ସ୍ମରଣୀୟ ମୁହୂର୍ତ୍ତ ବୋଲି ଅବହିତ କରିଥିଲେ। ସୂଚନାଯୋଗ୍ୟ ଯେ ଶ୍ରୀ କାନୁନଗୋ ଜଣେ ବରିଷ୍ଠ ସାମ୍ବାଦିକ ତଥା ସୁସାହିତ୍ୟିକ ମଧ୍ୟ। ସେ ପ୍ରାୟ ୪୨ଟି ପୁସ୍ତକ ରଚନା କରି ଆମ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି। ସମ୍ପ୍ରତି ସେ ରାଉରକେଲା ବାସ ଭବନରେ ଅବସ୍ଥାନ କରୁଥିବା ବେଳେ ତାଙ୍କ ଜନ୍ମ ଦିନ ଉପଲକ୍ଷେ ରାଜ୍ୟର ବିଭନ୍ନ ସ୍ଥାନରୁ ଶୁଭେଚ୍ଛା ବାର୍ତ୍ତା ପହଞ୍ଚିବାରେ ଲାଗିଛି।
