କଟକ ସଦର, ୨୭/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) ଦୀପ ତଳ ଅନ୍ଧାର ଭଳି କଟକ ସଦର ବ୍ଲକ ଅନ୍ତର୍ଗତ ପ୍ରହରାଜପୁର ପଞ୍ଚାୟତ କେଶପୁର ମୁସଲିମ ସାହି ରାସ୍ତା ର ଦୂରାବସ୍ଥା ପାଇଁ ଲୋକେ ହିନସ୍ଥା ଭୋଗୁଥିବା ଅଭିଯୋଗ ହୋଇଆସୁଛି। ଅସରାଏ ଵର୍ଷା ହେଲେ ମାଟି କାଦୁଅ ରାସ୍ତା କୁ ଲୋକେ ବାହାରି ପାରୁନଥିବା ଦେଖାଯାଉଛି।
ରାସ୍ତା ର ଦୂରାବସ୍ଥା ସମ୍ପର୍କରେ ସରପଂଚ ଅବଦୁଲ ୱ।ହିଦ ଖାଁ ଙ୍କୁ ପଚାରିଵାରେ ପୂର୍ବରୁ ଉକ୍ତ ଗ୍ରାମକୁ ୧୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସରକାରୀ ରାସ୍ତାକୁ ପକ୍କା କରାଯାଇଥିବା ବେଳେ ଅବଶିଷ୍ଟ ଵ୍ୟକ୍ତିଗତ ମାଲିକାନା ରେ ଥିବା ରାସ୍ତା କୁ ପକ୍କା କରିବାକୁ ପ୍ରତିବନ୍ଧକ ସୃଷ୍ଟି ହୋଇଛି ବୋଲି କହିଛନ୍ତି। ଗ୍ରାମବାସୀମାନେ ଉକ୍ତ ରାସ୍ତାକୁ ସରକାରୀ ଭାବେ କରାଇ କାଗଜ ପତ୍ର ଦାଖଲ କଲେ ରାସ୍ତା କାମ ପାଇଁ ପ୍ରସ୍ତୁତି ଆରମ୍ଭ ହେବ ବୋଲି କହିଛନ୍ତି।
