ତୁଳା ବୋଝେଇ ଟ୍ରକରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲା ଟ୍ରକ୍, ଜଳି ଗଲା ତୁଳା

 ନିରାକାରପୁର, ୩୦ /୦୧/୨୦୨୪ (ଓଡ଼ିଶା ସମାଚାର)-  ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ଜିଲ୍ଲା ବଡ଼ପୋଖରୀଆ ଛକରେ ଏକ ଚଳନ୍ତା ତୁଳା ବୋଝେଇ ଟ୍ରକରେ ଅପରାହ୍ନ ୫ଟା ରେ କୌଣସି କାରଣରୁ ନିଆଁ ଲାଗିଯାଇଛି। ନିଆଁ ଲାଗି ପୋଡ଼ିଗଲା ଲକ୍ଷାଧିକ ଟଙ୍କାର ତୁଳା। ଆନ୍ଧ୍ର ପ୍ରଦେଶ ରୁ କୋଲକତା ଯାଉଥିଲା ତୁଳା ବୋଝେଇ ଟ୍ରକ। ବଡ଼ ପୋଖରୀଆ ଛକ ନିକଟରେ ହଠାତ ଟ୍ରକର ଇଂଜିନ ରୁ ଧୂଆଁ ବାହାରିଥିଲା। ତେବେ ଟ୍ରକ ଚାଳକ ଧୂଆଁ ସମ୍ପର୍କରେ ଜାଣି ପାରିନଥିଲେ।ଫଳରେ ଧୂଆଁ ପ୍ରବଳରୁ ପ୍ରବଳତର ହୋଇ ଟ୍ରକରେ ତୁଳା ସହ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିଥିବା ସ୍ଥାନୀୟ ଲୋକେ ବାପି ବଡ଼ଜେନା ଓ ରବୀନ୍ଦ୍ର କୁମାର ଜେନା ପ୍ରମୁଖ ସମେତ ଅନ୍ୟ କିଛି। ସ୍ଥାନୀୟ ଲୋକେ ହୋ ହଲ୍ଲା କରିବାରୁ ଚାଳକ ଜଣକ ଟ୍ରକ କୁ ରଖି ଦେଇ ବାହାରି ପଡ଼ିଥିଲେ। ଫଳରେ ଚାଳକଙ୍କ ଜୀବନ ବଞ୍ଚି ଯାଇଥିଲା। ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁ କୁ ଆୟତ କରିଛି। ଘଟଣା ସ୍ଥଳରେ ଜଙ୍କିଆ ପୋଲିସ ମଧ୍ୟ ପହଞ୍ଚି ଥିଲା। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ଅବଶିଷ୍ଟ ତୁଳାକୁ ଜେସିବି ଦ୍ଵାରା ଟ୍ରକ୍ ରୁ ବାହାର କରା ଯାଇଛି।

Leave a Reply

Your email address will not be published. Required fields are marked *