ବନ୍ଧୁକ ଦେଖାଇ ଶିକ୍ଷୟିତ୍ରୀ ଙ୍କ ଠାରୁ ଲୁଟ୍ ଅଭିଯୋଗ

ନିଶ୍ଚିନ୍ତକୋଇଲି,୦୮/୦୯/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)- ଦିନ ଦି’ ପ୍ରହରରେ ମାରଣାସ୍ତ୍ର ଦେଖାଇ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଖଣ୍ଡସାହି-ବୋଧଙ୍ଗ ରାସ୍ତାରେ ଜଣେ ଶିକ୍ଷୟତ୍ରୀଙ୍କୁ ଛୁରୀ,ବନ୍ଧୁକ ଦେଖାଇ ହୋଇଛି ଲୁଟ୍ । ସୁନାଚେନ,ପର୍ସ,ମୋବାଇଲ,ସ୍କୁଟି ଚାବି ସହ ନଗଦ ଟଙ୍କା ନେଇ ଲୁଟେରା ଫେରାର ହୋଇଯାଇଛନ୍ତି।

ଲୁଟ୍ ର ଶିକାର ମହିଳା ଜଣକ ଏକ ଘରୋଇ ସ୍କୁଲ ର ଶିକ୍ଷୟତ୍ରୀ ବୋଲି ସୂଚନା ମିଳିଛି। ସ୍କୁଟିରେ ଶିକ୍ଷୟତ୍ରୀ ଜଣଙ୍କ ସ୍କୁଲ କୁ ଯାଉଥିବାବେଳେ ଏଭଳି ଲୁଟ୍ ହୋଇଥିଲା । ବାଇକ୍ ରେ ଦୁଇ ଲୁଟେରା ଆସିବା ବାଟରେ ଶିକ୍ଷୟତ୍ରୀ ଜଣଙ୍କୁ ଅଟକାଇ ଛୁରୀ,ବନ୍ଧୁକ ଦେଖାଇ ଲୁଟ୍ କରିଥିଲେ। ଖବର ପାଇ ନିଶ୍ଚିନ୍ତକୋଇଲି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନ ଭିନ କରୁଛି।ଏଠାରେ ସୂଚନା ଯୋଗ୍ୟଯେ, ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳରେ ବାରମ୍ବାର ଚୋରି, ଡକାୟତି, ରାହାଜାନୀ ଘଟୁ ଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *