କଟକ ରେ ଅଘଟଣ,ଜଣଙ୍କ ଶାବଳ ମାଡ଼ରେ ଜଣଙ୍କର ମୃତ୍ୟୁ,କ୍ରେନ୍ ଛିଡି ପଡ଼ିବାରୁ ଦୁଇ ଶ୍ରମିକ ଙ୍କ ମୃତ୍ୟୁ 

କଟକ ସଦର,୦୩/୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) ଆଜି ଶନିବାର ଅପରାହ୍ନରେ କଟକ କମିଶନରେଟ ଅଞ୍ଚଳରେ ଦୁଇଟି ଅଘଟଣ ଘଟି ଜଣଙ୍କର ଶାବଳ ମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କ୍ରେନ୍ ଛିଡି ପଡ଼ିବାରୁ ଦୁଇ ଶ୍ରମିକ ଙ୍କ ର ମୃତ୍ୟୁ ହୋଇଥିବା ଜଣାପଡିଛି।

ପ୍ରକାଶ ଯେ ସଦର ଥାନା ଅନ୍ତର୍ଗତ ଗୋପାଳପୁର ଠାରେ ଚା ଦୋକାନରେ ଚା ପିଉଥିବା ବେଳେ ଜନୈକ ଦୁବୃର୍ତ୍ତ ର ଶାବଳ ଓ‌ ଲୁହା ରଡ୍ ମାଡ଼ରେ ଚକ୍ରଧର ମହାରଣାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ସେହିପରି ମଧୁପାଟଣା ଥାନା ଅନ୍ତର୍ଗତ କାଠଯୋଡି ନଦୀରେ ବ୍ରିଜ କାମ ଚାଲିଥିବାବେଳେ କ୍ରେନ ଛିଡି ପଡ଼ିବାରୁ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ତିନିଜଣ ଗୁରୁତରଙ୍କୁ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *