ନିମାପଡ଼ା ବ୍ଲକ ର ୪ ଟି ପଂଚାୟତରେ ମୁଖ୍ୟମନ୍ତ୍ରୀ ଙ୍କ କରକମଳରେ ଆମ ବ୍ୟାଙ୍କ ଉଦଘାଟିତ

ଭୁବନେଶ୍ୱର, ୦୮/୧୨/୨୦୨୩ (ଓଡ଼ିଶା ସମାଚାର)-ଆଜି ମାନ୍ୟବର ଓଡ଼ିଶା ର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟଙ୍କ ଦ୍ୱାରା ଅନଲାଇନ ମାଧ୍ୟମରେ ସନ୍ଧ୍ୟା ୫ ଘଟିକା ସମୟରେ ନିମାପଡ଼ା ବ୍ଲକ ର ସାଇଁଶ, କୋଟକୋସାଙ୍ଗ, ଅଲଣ୍ଡା, ସଲଙ୍ଗ ଓ ମିଟେଇପୁର୍ ଗ୍ରାମପଞ୍ଚାୟତ ର ଆମ ବ୍ୟାଙ୍କ ଉଦଘାଟିତ ହୋଇଯାଇଅଛି । ସାଇଁଶ ଗ୍ରାମପଞ୍ଚାୟତ ଠାରେ ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ଉପସ୍ଥିତ ରହିଥିବା ବେଳେ କୋଟକୋସାଙ୍ଗ ପଞ୍ଚାୟତ ଠାରେ ନିମାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଶଙ୍କର ଭୋଇ ମହୋଦୟ,ଅଲଣ୍ଡା ଗ୍ରାମପଞ୍ଚାୟତ ଠାରେ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ପ୍ରଦୀପ୍ତ ଖଟୋଈ ମହୋଦୟ,ମିଟେଇପୁର୍ ଗ୍ରାମପଞ୍ଚାୟତ ଠାରେ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ରବି ମଲ୍ଲିକ ଏବଂ ସଲଙ୍ଗ ଗ୍ରାମପଞ୍ଚାୟତ ଠାରେ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ବିଜୟ ପଟନାୟକ ଉପସ୍ଥିତ ରେ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Leave a Reply

Your email address will not be published. Required fields are marked *