ଵିଡିଓ ଙ୍କ ପ୍ରତିଶ୍ରୁତି ପରେ ଆତ୍ମାହୁତି ରୁ ବିରତ ରହିଲେ ସରପଂଚ

କଟକ ସଦର,୨୫/୦୭/୨୦୨୫ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଶୁକ୍ରବାର ଦିନ କଟକ ସଦର ବ୍ଲକ ପରିସରରେ ଆୟତପୁର ସରପଂଚ ରାକେଶ ବେହେରା ଆତ୍ମାହୁତି ଦେବାକୁ ଧମକ ଦେଇଥିବା ବେଳେ ଵିଡିଓ ପ୍ରତିକ ସାହୁଙ୍କ ହସ୍ତକ୍ଷେପ ଓ ପ୍ରତିଶ୍ରୁତି ପରେ ତାହା ସ୍ଥଗିତ ରହିଥିବା ଜଣାଯାଇଛି। ପ୍ରକାଶ ଯେ ସରପଂଚ ରାକେଶ ବେହେରା ତାଙ୍କ ପଞ୍ଚାୟତରେ ତିନିବର୍ଷ ତଳେ ପୋଖରୀ ଖୋଳାଇ ବିଲ୍ ପାଇଁ ଦଉଡ଼ି ଦଉଡି ନୟାନ୍ତ ହେବା ପରେ ଆତ୍ମାହୁତି ପାଇଁ ଚରମ ନିଷ୍ପତ୍ତି ନେଇ ପ୍ରଶାସନ କୁ ଲିଖିତ ଜଣାଇଥିଲେ।

ଏଥିପାଇଁ ବ୍ଲକ ପରିସରରେ କଟକ କମିଶନରେଟ ଏସିପି କୃଷ୍ଣ ଚନ୍ଦ୍ର ସେଠୀ ଙ୍କ ନେତୃତ୍ଵରେ ସିଆରଆରଆଇ ଥାନା ଆଇଆଇସି ବିଜୟ କୁମାର ବାରିକ୍, କନ୍ଦରପୁର ଥାନା ଆଇଆଇସି ଆର୍ତ୍ତତ୍ରାଣ ସେଠୀ, ଚାଉଳିଆଗଞ୍ଜ ଆଇଆଇସି ଚିନ୍ତେଶ୍ୱର ମୁଣ୍ଡ ପ୍ରମୁଖ ପୋଲିସ ବଳ ସହ ସଜାଗ ରହିଥିବା ବେଳେ ଅଗ୍ନିଶମ ବାହିନୀ, ଵେଣ୍ଟକାର ଡାକ୍ତର ଶୁଭାଶିଷ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ହେଲେ ସରପଂଚ ରାକେଶ ବେହେରା ଙ୍କ ସହିତ ଉପସ୍ଥିତ ଥିବା କେତେକ ସରପଂଚ ଙ୍କୁ ଡାକି ଵିଡିଓ ଏକମାସ ମଧ୍ୟରେ ସମାସ୍ୟାର ସମାଧାନ କରିବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେବାରୁ ସରପଂଚ ଆତ୍ମାହୁତି ରୁ ଓହରି ଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *