ଭୁବନ, ୨୪/୦୭/୨୦୨୫ (ଓଡ଼ିଶା ସମାଚାର)- ଯୁକ୍ତ ଦୁଇ ପ୍ରଥମ ବର୍ଷ ବିଦ୍ୟାର୍ଥୀ ଙ୍କ ନିମନ୍ତେ ଆଜି ପବିତ୍ର ଚିତାଲାଗି ଅମାବାସ୍ୟା ଗୁରୁବାର ଠାରୁ ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇଛି । ଏହି ଅବସରରେ ଭୁବନ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଫୁଲ ଚନ୍ଦନ ଦେଇ ନବାଗତ ଛାତ୍ରୀ ମାନଙ୍କୁ ସ୍ଵାଗତ କରାଯାଇଥିଲା । ପରେ +୨ ଅଧ୍ୟକ୍ଷା ଶ୍ରୀମତୀ ସୁପ୍ତିମୟୀ ସେନ ଙ୍କ ଅଧ୍ୟକ୍ଷତାରେ ଏକ ସ୍ବାଗତ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଲେଜର ନୀତି,ନିୟମ,ଆଦର୍ଶ ଓ ଶୃଙ୍ଖଳା ସମ୍ପର୍କରେ ଆଲୋକପାତ କରିବା ସହିତ ଛାତ୍ରୀ ମାନେ ଦେଶ ଗଠନ ରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ ।
ରାଜନୀତି ବିଜ୍ଞାନ ଅଧ୍ୟାପିକା ପ୍ରଣତୀ ବେହେରା ଓ ଅର୍ଥନୀତି ଅଧ୍ୟାପିକା ମଞ୍ଜୁସା ମଞ୍ଜରୀ ମିଶ୍ର , ଇଂରାଜୀ ଅଧ୍ୟାପିକା ଡ଼ଃ ତେଜସ୍ଵୀନି ବେହେରା,ବାଣିଜ୍ୟ ବିଭାଗ ଅଧ୍ୟାପକ ସୁଧାଂଶୁ ଶେଖର ଓଝା ,ବରିଷ୍ଠ କିରାଣୀ ବିଜୟ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ନବାଗତ ଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ ।
