ତାଳଚେର,୨୪/୦୭/୨୦୨୫ (ଓଡ଼ିଶା ସମାଚାର)- ତାଳଚେର ସରକାରୀ ମେଡିକାଲ୍ ପରିଦର୍ଶନରେ ରାଜ୍ୟ ବିଧାନ ସଭା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏକ ଟିମ୍ ଭିତିିଭୂମି ପରିଦର୍ଶନରେ ଆସିଥିଲେ । ତାଳଚେର ବିଜେପି ପୌରମଣ୍ଡଲ ସଭାପତି ରାଜେଶ ଦଳେଇ କମିଟି ଚେୟାରମ୍ୟାନ ଙ୍କୁ ଦେଖାକରି ଏକ ଦାବି ପତ୍ର ଦେଇଥିଲେ । ଏଥିରେ ଉଲ୍ଲେଖ କରାଯାଇଛି ତାଳଚେର ମଣ୍ଡପାଲ ମେଡ଼ିକାଲ ରେ ୫୦ ଜଣ ଡାକ୍ତର ଆବଶ୍ୟକ ଥିବା ସ୍ୱତେ ମାତ୍ର ୧୨ ଜଣ ଅଛନ୍ତି, ନର୍ସ ଷ୍ଟାଫ୍ , ଆମ୍ବୁଲାନ୍ସ ଡ଼୍ରାଇଭର, ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମ୍ବନ୍ଧିତ ଇସିଜି ମେସିନର ଚାଳକ ନାହାଁନ୍ତି, ଆଲଟ୍ରା ସାଉଣ୍ଡ ମେସିନ ନାହିଁ, ଏମ୍ ଆର ଆଇ ମେସିନ ନାହିଁ, ରୋଗୀ ମାନଙ୍କ ଅଭିଭାବକଙ୍କ ରହଣି ପାଇଁ ଘର ନାହିଁ ।
ଏହି ମେଡ଼ିକାଲରେ ରୋଗୀ ଦେଖିବା ମାତ୍ରକେ ସେଙ୍ଗସେଙ୍ଗ ଅନୁଗୋଳ ରେଫର୍ କରନ୍ତି । ଖାଲି ବେଡରେ ପେସେଂଟ ମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବା, ମନଇଚ୍ଛା ମେଡିକାଲ, କର୍ମଚାରୀ, ଡାକ୍ତର ଓ ନର୍ସ ମେଡିକାଲ ଛାଡି ବାହାରେ ରହିବା, ରୋଗୀମାନଙ୍କୁ ଚିକିତ୍ସା ବେଳେ ଭଲ ବ୍ୟବହାର ପ୍ରଦର୍ଶନ କରିବା । ସିକୁ୍ୟରିଟି ଗାର୍ଡÿ ମାନଙ୍କ ଗୁଣ୍ଡା ଗିରି ବନ୍ଦ କରିବା । ଗାଇନିଂ ଡାକ୍ତର ବାହାରେ କ୍ଲିନିଂରେ ଡେଲିଭରି ବନ୍ଦ କରିବା । ନୂତନ ଭାବେ ନିର୍ମିତ ବିଲ୍ଡିଂ ଗୁଡିକରେ ରୋଗୀସେବା ଯୋଗାଇ ଦେବା, ମେଡିକାଲ ପଛ ନଦୀ ଉପକୂଳ ଅଂଚଳକୁ ସଫା ରଖିବା ସହିତ ପଥର ପ୍ୟାଚିଂ କରିବା ଦାବି ଜଣେଇ ଦିଆଯାଇଥିଲା ।
ଏହି ଟିମ୍ ସହିତ ପାଲଲହଡା ବିଧାୟକ ଅଶୋକ ମହାନ୍ତି ,ପରଜଙ୍ଗ ବିଧାୟକ ବିଭୁତି ପ୍ରଧାନ, ସାଂସଦଙ୍କ ପ୍ରତିନିଧି କାଳିଆ ଦାସ, ବିଜେପିର ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ଏହାପରେ ଟିମ୍ ଖମର ମେଡିକାଲ ଗସ୍ତରେ ଯାଇଥିଲେ । ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲା ବିଜେପି ସଭାପତି ଯଯାତି ପଟ୍ଟନାୟକ, ମିଡିଆ ସେଲ ଅଧକ୍ଷ ପର୍ଶୁରାମ ବାରିକ ଟିମକୁ ଜିଲା ମେଡିକାଲ ଅଭାବ ଆସୁବିଧା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ ।
