ରାଉରକେଲା ଫିଲ୍ମ ଫେଷ୍ଟିଭାଲର ସପ୍ତମ ସଂସ୍କରଣ

ଶ୍ରେଷ୍ଠ ସିନେମା ଫୁଲ ଫୁଟି ମହକିଲା, ନିର୍ଦ୍ଦେଶକ ସୌମ୍ୟ ବଳ, ଶ୍ରେଷ୍ଠ ଅଭିନେତା ବିଶ୍ୱଜିତ ଦାସ ଓ ଅଭିନେତ୍ରୀ ସଞ୍ଜନା ପତି

ରାଉରକେଲା,୧୭/୧୨/୨୦୨୪ (ଓଡ଼ିଶା ସମାଚାର/ ସସ୍ମିତା ପ୍ରଧାନ)-ରାଉରକେଲା  ଫିଲ୍ମ କ୍ଲବ ପକ୍ଷରୁ ରାଉରକେଲା ଫିଲ୍ମ ଫେଷ୍ଟିଭାଲର ସପ୍ତମ ସଂସ୍କରଣ ସେକ୍ଟର-୪ସ୍ଥିତ କମ୍ୟୁନିଟି ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗଦେଇଥିଲା ବେଳେ  ବିଶେଷ ଅତିଥି ଭାବେ ପୂର୍ବତନ ବିଧାୟକ ସୁବ୍ରତ ତରାଇ, ବିଶିଷ୍ଟ ଶିଳ୍ପପତି ପ୍ରଫୁଲ୍ଲ ସୁନ୍ୟାନୀ, ସମାଜସେବୀ କମଲ ଅଗ୍ରୱାଲ, ରାହୁଲ ରଏ, ସୁନୀଲ କାୟଲ, ଜ୍ୟୋସ୍ନା ନାୟକ, ସବିତା ପରିଡ଼ା,ନିହାରିକା ବସ୍ତିଆ ଓ ଝୁନୁ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ଯଶୋବନ୍ତ ମହାନ୍ତି ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ରାଜେନ୍ଦ୍ର ଅଗ୍ରୱାଲ, ଉପସଭାପତି ପ୍ରଭାତ ସାମଲ, ସମ୍ପାଦକ ତଥା ଆବାହକ ଅବିନାଶ ମହାପାତ୍ର, ସହ ସମ୍ପାଦିକା ଲୀନା ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରେଷ୍ଠ ଅଭିନେତା ଭାବେ ବିଶ୍ବଜିତ ଦାସ, ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସଞ୍ଜନା ପତି, ଶ୍ରେଷ୍ଠ ଖଳନାୟକ ଭାବେ ଦେବାଶିଷ ମହାପାତ୍ର, ଶ୍ରେଷ୍ଠ ନିର୍ଦ୍ଦେଶକ ଋପେ ସୈ।ମ୍ୟ ବଳ, ଶ୍ରେଷ୍ଠ ଚଳଚ୍ଚିତ୍ର ରୂପେ ଫୁଲ ଫୁଟି ମହକିଲା , ଶ୍ରେଷ୍ଠ ସଂଗୀତ ଆଉ କେତେ ଦିନକୁ, ଶ୍ରେଷ୍ଠ ଚଳଚ୍ଚିତ୍ର ଶବ୍ଦ ନିରୁପମା, ଶ୍ରେଷ୍ଠ ଏଡିଟର ଚିନ୍ମୟ ସାମଲ, ଶ୍ରେଷ୍ଠ ଡିଟିପି କଳାକାର ସତିଶ ପତି ଭଳି ବିଭିନ୍ନ ବର୍ଗରେ ଥିବା ଶ୍ରେଷ୍ଠତାକୁ ବିଚାରକଙ୍କ ଦ୍ବାରା ଚୟନ କରାଯାଇ ପୁରସ୍କୃତ  କରାଯାଇଥିଲା। ଏହାସହ ସେଠାରେ ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକଙ୍କୁ ମୁଖ୍ୟ ଅତିଥି ଶ୍ରୀ ନାୟକ ସମ୍ମାନିତ କରିଥିଲେ।ଏହା ସହିତ ମନୋରଞ୍ଜନ  କାର୍ଯ୍ୟକ୍ରମରେ ଅମିତ୍ ଏକାଡେମୀ ଦ୍ବାରା ନୃତ୍ୟ, ସାଇନିଂ ରକର୍ସ ଦ୍ବାରା ମଡେଲିଂ ଓ ଅତୁଲ ଗୃପ ଦ୍ବାରା ସଂଗୀତ ପରିବେଷଣ କରାଯାଇଥିଲା। ସହରରେ ଥିବା ବିଭିନ୍ନ କଳାକାରଙ୍କୁ ଚଳଚ୍ଚିତ୍ରରେ ଅଭିନୟ ସୁଯୋଗ ଦେବା, ସେମାନଙ୍କ ପ୍ରତିଭାକୁ ବିକଶିତ କରିବା ପାଇଁ ଏହି ଅନୁଷ୍ଠାନ ପ୍ରତି ପ୍ରତିଶ୍ରୁତିବଦ୍ଧ ବୋଲି ଆବାହକ ଶ୍ରୀ ମହାପାତ୍ର କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଞ୍ଜନା ପତି, ଅଭିଳାଷ ସାହୁ, ଜନ୍ମେଜୟ ମହାନ୍ତି, ବିଶ୍ୱଜିତ ଘାଷ, ସ୍ୱାଗତିକା ସାହୁ,ମୋହନ ସାହୁ, ଅବିନାଶ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ସହ ସମ୍ପାଦିକା ଲୀନା ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *