ଆଇଏଏସ ସ୍ତରରେ ବଡ଼ ଅଦଳବଦଳ: ୪୮ ଜଣ ଆଇଏଏସ ଙ୍କୁ ଅଦଳବଦଳ

ହେମନ୍ତ ଶର୍ମା ଲୋକସଂପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ,
ଭୁବନେଶ୍ୱର,୨୨/୦୭/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ସଚିବଙ୍କ ସହ କିଛି ଜିଲ୍ଲାର ଜିଲାପାଳଙ୍କୁ ବଦଳିଛନ୍ତି। ୪୮ ଜଣ ଆଇଏଏସ ଙ୍କୁ ଅଦଳବଦଳ ବଦଳି କରାଯାଇଛି ।ମଙ୍ଗଳବାର ବିଳମ୍ବିତ ରାତିରେ ଆସିଲା ଆଇଏଏସ ସ୍ତରରେ ସ୍ତରରେ ବଡ଼ ଧରଣର ଅଦଳବଦଳ ଖବର । ରଥଯାତ୍ରା ଅଘଟଣ ପରେ ସେ ପୁରୀ ଜିଲାପାଳ ଭାବେ ଦାୟିତ୍ବ ନେଇଥିଲେ ଚଞ୍ଚଳ ରାଣା । ବର୍ତ୍ତମାନ ତାଙ୍କର ବଦଳି କରାଯାଇଛି । ଚଞ୍ଚଳ ରାଣାଙ୍କୁ ବିଏମସି କମିଶନର ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ହେଲେ ପୁରୀ ଜିଲ୍ଲାପାଳ।

ସେହିପରି ରୂପା ରୋଶନ ସାହୁଙ୍କୁ ରାଜ୍ୟପାଳ ଙ୍କ ସଚିବ ଭାବେ ଦାୟିତ୍ବ ଦିଆଯାଇଛି। ସେହିପରି ଭୁପେନ୍ଦ୍ର ସିଂ ପୁନିଆ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ନିଯୁକ୍ତ କରାଯାଇଛି। ଗୁହା ପୁନମ ତାପସ କୁମାରଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସଞ୍ଜୀବ କୁମାର ମିଶ୍ର ଅର୍ଥ ବିଭାଗର ପ୍ରମୁଖ ସଚିବ , ହେମନ୍ତ ଶର୍ମା ଲୋକସଂପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଭାସ୍କରଜ୍ୟୋତି ଶର୍ମା ହେଲେ ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ବ ଦିଆଯାଇଛି। ସଂଗ୍ରାମ କେଶରୀ ମହାପାତ୍ର ଦକ୍ଷିଣାଞ୍ଚଳ ଆରଡିସି ଭାବେ ନିଯୁକ୍ତ କରାଯାଇଛି।

ବିଜୟ କୁମାର ଦାସ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ବ ଦିଆଯାଇଛି। ସେହିପରି ସଚିନ ରାମଚନ୍ଦ୍ର ଯାଦବ କ୍ରୀଡ଼ା ଓ ଯୁବ ସେବା ବିଭାଗର ସଚିବ ନିଯୁକ୍ତ। କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ନିଯୁକ୍ତ। ଦିବ୍ୟଜ୍ୟୋତି ପରିଡ଼ା ସୋମେଶ କୁମାର ଉପାଧ୍ୟାୟ ହେଲେ ମାଲକାନଗିରି ଜିଲ୍ଲାପାଳ। ଶୁଭଙ୍କର ମହାପାତ୍ର ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତ। ଆଶିଷ ଈଶ୍ବର ପାଟିଲ୍ ଢେଙ୍କାନାଳ ଜିଲ୍ଲାପାଳ। କୀର୍ତ୍ତି ଭାସନ ଭି- ଗଞ୍ଜାମ ଜିଲ୍ଲାପାଳ। ମନୋଜ ସତ୍ୟବାନ ମହାଜନ କୋରାପୁଟ୍ ଜିଲ୍ଲାପାଳ। ବେଦଭୂଷଣ କନ୍ଧମାଳ ଜିଲ୍ଲାପାଳ। କୁଲକର୍ଣ୍ଣି ଆଶୁତୋଷ ସି ରାୟଗଡ଼ା ଜିଲ୍ଲାପାଳ। ମଧୁସ୍ମିତା- ଗଜପତି ଜିଲ୍ଲାପାଳ। ଚୌହାନ କୁନାଲ୍ ମୋତିରାମ- ଝାରସୁଗୁଡ଼ା ଜିଲ୍ଲାପାଳ। ବିଭୂତି ଭୂଷଣ ନାୟକ ବୌଦ୍ଧ ଜିଲ୍ଲାପାଳ।କେନ୍ଦ୍ରାପଡ଼ା ଜିଲାପାଳ ସ୍ମୃ୍ୟତିରଂଜନ ପ୍ରଧାନ ହେଲେ ଅତିରିକ୍ତ ସଚିବ ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତନ । କେନ୍ଦ୍ରାପଡ଼ା ଜିଲାପାଳ ହେଲେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଅତିରିକ୍ତ ସଚିବ ରଘୁରାମ ଆର ଆୟାର ।

Leave a Reply

Your email address will not be published. Required fields are marked *