‘ଵିକଶିତ ଗାଁ ବିକଶିତ ଓଡ଼ିଶା’ ଉପରେ ରହିତାଦେଶ 

କଟକ ସଦର ,୨୩/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପୂର୍ଵ ବିଜେଡ଼ି ସରକାର ଙ୍କ ‘ଆମ ଗାଁ ଆମ ବିକାଶ’ କୁ ପରିଵର୍ତନ କରି ଗ୍ରାମାଞ୍ଚଳ ଭିତିଭୂମିର ବିକାଶ ପାଇଁ ବିଜେପି ସରକାର ଗତ ଜାନୁୟାରୀ ରେ ଆରମ୍ଭ କରିଥିବା ‘ଵିକଶିତ ଗାଁ ବିକଶିତ ଓଡ଼ିଶା’ଯୋଜନା ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଥିବା ଜଣାପଡିଛି। ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି।

ଏଥିସହିତ ଏହି ମାମଲାରେ ଜବାବ ଦାଖଲ କରିବାକୁ ହାଇକୋର୍ଟ ରାଜ୍ୟ ସରକାର ଙ୍କୁ ନୋଟିସ ଜାରି କରିଛନ୍ତି। ପ୍ରକାଶ ଯେ ପଞ୍ଚାୟତ ନିୟମ ଅନୁଯାୟୀ ଯେ କୌଣସି ଯୋଜନା ପଞ୍ଚାୟତ ରେ କାର୍ଯ୍ୟକାରୀ ହେଵା ପୂର୍ବରୁ ଗ୍ରାମ ସଭାର ଅନୁମତି ସାପେକ୍ଷ। ଏହି ଯୋଜନା ରେ ଅନେକ ତୃଟି ବିଚ୍ୟୁତି ଥିବା ଏଵଂ ଯୋଜନାର ଯେଉଁ ନିୟମାବଳୀ କରାଯାଇଛି ତାହା ସିଧାସଳଖ ପଞ୍ଚାୟତ ଆଇନର ଵିରୋଧାଚରଣ କରୁଛି ବୋଲି ଆବେଦନରେ ପୁରୀ ଜିଲ୍ଲା କଣାସ ବ୍ଲକର ଖଣ୍ଡା ହାତ ପଞ୍ଚାୟତ ସରପଂଚ ପ୍ରତାପ ପରିଡ଼ା ଦର୍ଶାଇଥିବା ଜଣାଯାଇଛି। ତେବେ ଆସନ୍ତା ରାୟରେ ଏହି ଯୋଜନା ର ରୂପରେଖ କ’ଣ ହେବ ତାକୁ କେବଳ ଦେଖିବାକୁ ଅପେକ୍ଷା ରହିଲା।

Leave a Reply

Your email address will not be published. Required fields are marked *