ଯୁବକ ଙ୍କ ମୃତ୍ୟୁ ରେ ରହସ୍ୟ : ଆଠ ନମ୍ବର କେନାଲ ରୁ ମୃତଦେହ ଉଦ୍ଧାର 

                                                                      ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ

 ନିଶ୍ଚିନ୍ତକୋଇଲି, ୧୨/୯/୨୦୨୪ (ଓଡିଶା ସମାଚାର /ଅଭୟ ଜେନା)- ନିଶ୍ଚିନ୍ତକୋଇଲି ପାଳଧୁଆ ପଡିଆ ନିକଟ ଆଠ ନମ୍ବର କେନାଲ ରୁ ଜନୈକ ଯୁବକ ର ମୃତଦେହ ଉଦ୍ଧାର କରାଯାଇଛି । ସକାଳୁ କେନାଲରେ ଶବ ଭାଷୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ କୁ ଖବର ଦେବାପରେ, ଶବକୁ ଉଦ୍ଧାର କାରାଯାଇ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି । ସୂଚନା ଅନୁଯାୟୀ ସମ୍ପୃକ୍ତ ଯୁବକଙ୍କ ଘର କିଶନ ନଗର ଥାନା ମୁଗୁରିଆ ମୌଜା ରେ । ମୃତ ଯୁବକ ଗୁରୁଚରଣ ମହାନ୍ତି ଙ୍କ ପୁଅ ବିଶ୍ୱଜିତ ମହାନ୍ତି ବୋଲି ସୂଚନା ମିଳିଛି । ତେବେ ପରବର୍ତ୍ତୀ ଘଟଣାକ୍ରମରେ,ମୃତ ବିଶ୍ୱଜିତ ଙ୍କ ଭଉଣୀ ମୋନାଲିସା ମହାନ୍ତି ଆଜି ସାଲେପୁର ଥାନାରେ ଏ ସଂକ୍ରାନ୍ତ ରେ,ଏକ ଏତଲା ଦେଇଛନ୍ତି । ସେ ଏତଲା ରେ ଦର୍ଶାଇଛନ୍ତିଯେ, ତାଙ୍କ ଭାଇ ବିଶ୍ୱଜିତ ସାଲେପୁର ଶିଶୁଆ ଜେଲ ରୋଡ଼ ରେ ଥିବା ଏକ ଆଇ ଟି ସି ସଂସ୍ଥା ରେ କାର୍ଯ୍ୟ କରୁଥିଲେ । କୌଣସି କାରଣରୁ ମାଲିକ ଓ ଅନ୍ୟ କର୍ମଚାରୀଙ୍କ  ସହ ପାଟିତୁଣ୍ଡ ହୋଇଥିଲା ଓ ସେମାନେ ଧମକ ଚମକ ଦେଇଥିଲେ । ଏ ସଂକ୍ରାନ୍ତ ରେ ସେ ଘରକୁ ଫୋନ ଯୋଗେ ଜଣାଇଥିଲେ । ଏହା ପରେ ତାଙ୍କର ପତ୍ତା ନମିଳିବାରୁ ପରିବାର ଲୋକେ ସାଲେପୁର ଥାନାରେ ଲିଖିତ ଭାବେ ଜଣାଇଥିଲେ । ମାତ୍ର ଆଜି ସକାଳୁ ବିଶ୍ୱଜିତ ଙ୍କ ମୃତଦେହ ରହସ୍ୟ ଜନକ ଭାବେ ନିଶ୍ଚିନ୍ତକୋଇଲି ଆଠନମ୍ବର କେନାଲରୁ ଉଦ୍ଧାର କରାଯାଇଛି । ଏ ନେଇ ଘଟଣାଟି ଭିନ୍ନ ମୋଡ଼ ନେଇଛି । ବିଶ୍ୱଜିତ କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *