କଟକ ସଦର,୨୨/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ସିଦ୍ଧେଶ୍ଵର ପୁର ଠାରେ ଥିବା ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆସନ୍ତା କାଲି ବୁଧବାର ଠାରୁ ନଵ ଦିନ ବ୍ୟାପି ଶ୍ରାବଣୀ ମହୋତ୍ସବ ସାଙ୍ଗକୁ ରାଜ୍ୟ ସ୍ତରୀୟ ଗୋସ୍ୱାମୀ ତୁଳସୀ ଦାସ ଜୟନ୍ତୀ,ଶ୍ରୀରାମଚରିତ ମାନସ ପାରାୟଣ ଓ ମାନସମନ୍ଥନ ପ୍ରବଚନ ଜ୍ଞାନ ଯଜ୍ଞ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ପ୍ରସ୍ତୁତି ରୁ ଜଣାପଡିଛି। ଏହା ଓଡ଼ିଆ ଭାଷାର ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଙ୍କ ଆନୁକୁଲ୍ୟରେ ନିଖିଳ ଉତ୍କଳ ପ୍ରବକ୍ତା ପରିଷଦ, ଓଡ଼ିଶା ଙ୍କ ପକ୍ଷରୁ ଆୟୋଜିତ ହୋଇଛି ବୋଲି ପରିଷଦ ର ରାଜ୍ୟ ସଂପାଦକ, ତଥା ଖ୍ୟାତନାମା ପ୍ରଵଚକ ପଣ୍ଡିତ ପ୍ରମୋଦ କୁମାର ପଣ୍ଡା କହିଛନ୍ତି।
ସିଦ୍ଧେଶ୍ଵରପୁର ଠାରେ ନଵ ଦିନ ବ୍ୟାପି ଶ୍ରାବଣୀ ମହୋତ୍ସବ
