ବିଜୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଘାଟିତ

ଗରଦପୁର,୧୫/୧୨/୨୦୨୩ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ଠାରେ ଅବସ୍ଥିତ ବିଜୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅଧ୍ୟକ୍ଷ ତ୍ରିଲୋଚନ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଗରଦପୁର ବ୍ଲକ୍ ର ଅଧ୍ୟକ୍ଷ ଅଭୟ କୁମାର ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦଘାଟନ କରି ତାଙ୍କ ବକ୍ତବ୍ୟରେ ଉକ୍ତ କାର୍ଯ୍ୟକ୍ରମର ତାପôର୍ଯ୍ୟ , ଉପାଦେୟତା ଓ ସମାଜକୁ ଦିଗ୍ଦର୍ଶନ ବାର୍ତା ପ୍ରଦାନର ସହାୟକ ହେବ ବୋଲି ମତ ରଖିଥିଲେ । ଏଥି ସହିତ ନବୀନ ସରକାରଙ୍କର ଯୁବାଭିମୁଖୀ କାର୍ଯ୍ୟକ୍ରମ ଓ ଶିକ୍ଷାନୁଷ୍ଠାନ ରୂପାନ୍ତରୀକରଣ ଶିକ୍ଷା ବିକାଶରେ ସହାୟକ ହେବାର କାର୍ତା ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବେ ତେଣ୍ଡାକୁଡ଼ା ଗ୍ରାମ ପଂଚାୟତର ସମିତି ସଭ୍ୟ ତଥା ଗରଦପୁର ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ, ଏବଂ ଗରଦପୁର ବ୍ଲକ୍ ଆତ୍ମା ଅଧ୍ୟକ୍ଷ ବାସୁଦେବ ବେହେରା ଯୋଗଦାନ କରି ତାଙ୍କ ବକ୍ତବ୍ୟରେ ଉକ୍ତ କାର୍ଯ୍ୟକ୍ରମ କିଭଳି ଯୁବକ ଯୁବତୀ ମାନଙ୍କ ମଧ୍ୟରେ ଲୁକାୟିତ ଦକ୍ଷତା ବିକାଶରେ ସହାୟକ ହେବ ବୋଲି ବିଚାର ବ୍ୟକ୍ତ କରିଥିଲେ । ଅନୁଷ୍ଠାନର ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା ଓ କାର୍ଯ୍ୟକ୍ରମର ସଂଯୋଜକ ବସନ୍ତ କୁମାର ପାତ୍ର ବିବରଣୀ ସହ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ସଂଯୋଜକ ପ୍ରେମ ରଂଜନ ପାତ୍ର (କ୍ରୀଡ଼ା ସଂଯୋଂଜକ), ବିଭୂତି ଭୂଷଣ ବେଉରା (ସାମାଜିକ କାର୍ଯ୍ୟକ୍ରମ ସଂଯୋଜକ), ଓ ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜକ ଉମାକାନ୍ତ ମଲିକ ଯୋଗଜଦାନ କରି ସେମାନଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଥିଲେ । ଅଧ୍ୟାପକ ବିଶ୍ୱଜିତ ମହାନ୍ତି, ଅଧ୍ୟାପିକା ତନୁଜା ବିଶ୍ୱାଳ, ଅଧ୍ୟାପିକା ଜ୍ୟୋତିସ୍ମିତା ଜେନା, ଅଧ୍ୟାପିକା ପାଂଚାଳୀ ମହାନ୍ତି, ଅନୁଷ୍ଠାନର ସମସ୍ତ ଅଣ ଶିକ୍ଷକ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ ସହଯୋଗ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *