କଟକ ସଦର ,୨୨/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ନୂଆଗାଁ ୫୫ ନମ୍ବର ଜାତୀୟ ରାଜପଥର ଉନ୍ନତିକରଣ କାର୍ଯ୍ୟ ତ୍ବରାନ୍ବିତ ହୋଇଥିବା ବେଳେ ଏହି ରାସ୍ତାର କନ୍ଦରପୁର ଠାରେ ଥିବା କଟକ ପାରାଦୀପ ରେଳପଥର ସିପି ୯ ଲେଭଲକ୍ରସିଂ ଉପରେ ଏକ ଓଭରଵ୍ରିଜ କାର୍ଯ୍ୟ ଆରମ୍ଭ ହୋଇଛି।

ଏହି ପରିପ୍ରେକ୍ଷୀରେ ଏହାର ନିକଟରେ କମିଶନରେଟ କନ୍ଦରପୁର ଥାନା ତଥା କନ୍ଦରପୁର ପଞ୍ଚାୟତ ସିଦ୍ଧେଶ୍ୱରପୁର ୧୮ ନମ୍ବର ୱାର୍ଡରେ ରେଲୱେ ଜମିରେ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ଵ ହେବ ରହିଆସିଥିଵା ମୁଣ୍ଡାସାହି ଵସ୍ତିକୁ ପୂର୍ଵ ନିର୍ଧାରିତ ତାରିଖ ଅନୁଯାୟୀ ଆଜି ମଙ୍ଗଳବାର ଦିନ ଉଛେଦ କରାଯାଇଛି। ଏଥିରେ ୫୫ ଟି ଘରକୁ ଉଛେଦ କରାଯାଇଥିବା ବେଳେ ହାଇକୋର୍ଟଙ୍କ ରହିତାଦେଶ ପାଇଁ ୩୨ ଘର ଵର୍ତିଯାଇଥିଵା ଜଣାପଡିଛି।
ଉକ୍ତ ଉଛେଦ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ପୋଲିସର ୨ ପ୍ଲାଟୁନ ଫୋର୍ସ,୧ ପ୍ଲାଟୁନ ମହିଳା ଫୋର୍ସ ଙ୍କ ସମେତ ଆରପିଏଫ ଓ ଜିଆରପି ଫୋର୍ସ ନିୟୋଜିତ ଥିବା ବେଳେ ୬ ଗୋଟି ଜେସିବି ମେସିନ ନିୟୋଜିତ ଥିବା ଦେଖାଯାଇଛି। ମାଜିଷ୍ଟ୍ରେଟ ଦାୟିତ୍ବରେ କଟକ ସଦର ଅତିରିକ୍ତ ତହସିଲଦାର ଶର୍ମିଷ୍ଠା ଦାସ ଙ୍କ ସମେତ ରେଲୱେ ର ଏଇଏନ -୧ ଆଦିତ୍ୟ ପାଢୀ,ଏଇଏନ -୨ ସନ୍ତୋଷ କୁମାର ସାହୁ, କନ୍ଦରପୁର ଥାନା ଅଧିକାରୀ ଆର୍ତ୍ତତ୍ରାଣ ସେଠୀ ଙ୍କ ସମେତ ବହୁ ପଦସ୍ଥ ଅଧିକାରୀ ଉଛେଦ ସ୍ଥଳରେ ଉପସ୍ଥିତ ଥିଲେ।
