ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବରେ ଜଷ୍ଟିସ ମାନସ ରଞ୍ଜନ ପାଠକ ଶପଥ ଗ୍ରହଣ

କଟକ,୨୨/୦୭/୨୦୨୫ (ଓଡ଼ିଶା ସମାଚାର)- ସୋମବାର ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବରେ ଜଷ୍ଟିସ ମାନସ ରଞ୍ଜନ ପାଠକ ଶପଥ ନେଇଛନ୍ତି । ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଜଷ୍ଟିସ ପାଠକଙ୍କ ନିଯୁକ୍ତି ସଂକ୍ରାନ୍ତ ୱାରେଣ୍ଟ ପାଠ କରିଥିଲେ। ମୁଖ୍ୟ ବିଚାରପତି ହରିଶ ଟଣ୍ଡନ, ଜଷ୍ଟିସ ମାନସ ରଞ୍ଜନ ପାଠକଙ୍କୁ ଶପଥ ପାଠ କରାଇଥିଲେ । ଏହି ଶପଥ ପାଠ ଉତ୍ସବରେ ହାଇକୋର୍ଟର ସମସ୍ତ ବିଚାରପତି, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ୟ୍ୟ, ଡେପୁଟି ସଲିସିଟର ଜେନେରାଲ ପ୍ରସନ୍ନ ପାଢ଼ୀ, ହାଇକୋର୍ଟ ବାର୍ ଆସୋସିଏସନ୍ ର କର୍ମକର୍ତ୍ତା, ବରିଷ୍ଠ ଆଇନଜୀବୀ, ହାଇକୋର୍ଟ ରେଜିଷ୍ଟ୍ରାର ଓ ବିଚାର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


୧୯୯୦ ମସିହା ସେପ୍ଟେମ୍ବର ୧୨ ତାରିଖରେ ଆସାମ, ନାଗାଲାଣ୍ଡ, ମେଘାଳୟ, ମଣିପୁର, ତ୍ରିପୁରା, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶର ବାର କାଉନସିଲରେ ଜଣେ ଓକିଲ ଭାବରେ ନାମ ଲେଖାଇଥିଲେ ।

ଜଷ୍ଟିସ୍ ପାଠକ ୧୯୬୫, ଅଗଷ୍ଟ ୨୮ରେ ଗୌହାଟୀଠାରେ ଜନ୍ମଗ୍ରହଣ କରିଥିଲେ। ଗୌହାଟୀ ବିଶ୍ବବିଦ୍ୟାଳୟରୁ ଏଲ୍.ଏଲ୍.ବି. ପାସ୍ କରିବା ପରେ ୧୯୯୦ରେ ସେ ଆଇନଜୀବୀ ଭାବେ କାର୍ୟ୍ୟ ଆରମ୍ଭ କରିଥିଲେ। ସେ ଗୌହାଟୀ ହାଇକୋର୍ଟ ଓ ଆସାମ ସରକାରଙ୍କ ଶିକ୍ଷା ବିଭାଗର ଷ୍ଟାଣ୍ଡିଂ କାଉନସିଲ୍ ଭାବେ କାର୍ୟ୍ୟ କରୁଥିବା ବେଳେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୦୪ରୁ ବିଭାଜନ ପର୍ୟ୍ୟନ୍ତ ସେ ତ୍ରିପୁରା ରାଜ୍ୟର ଷ୍ଟାଣ୍ଡିଂ କାଉନସିଲ୍ରେ ଥିଲେ। ସେ ଆସାମ ଲ’ କମିସନ୍ ସଦସ୍ୟ ଓ ଇଣ୍ଡିଆନ୍ ଲ’ ଇନଷ୍ଟିଚ୍ୟୁଟ୍  ସଦସ୍ୟ ଭାବେ ମଧ୍ୟ କାର୍ୟ୍ୟ କରିଥିଲେ। ୨୦୧୩ ମେ’ ୨୨ରେ ଗୌହାଟୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ସେ ଶପଥ ଗ୍ରହଣ କରିଥିଲେ। ୨୦୧୮ ନଭେମ୍ବର ୧୨ରେ ସେ ଗୌହାଟୀ ହାଇକୋର୍ଟର ସ୍ଥାୟୀ ବିଚାରପତି ହୋଇଥିଲେ।

Leave a Reply

Your email address will not be published. Required fields are marked *