ଢେଙ୍କାନାଳ,୧୦/୦୬/୨୦୨୫(ଓଡ଼ିଶା ସମାଚାର)- ଆଜି ସନ୍ଧ୍ୟା ରେ ମିନି ଷ୍ଟାଡିୟମଠାରେ ଡ଼ ବିଧାନ ଚନ୍ଦ୍ର ମିଶ୍ର ଙ୍କ ସ୍ମୁତି ରେ ଗୁଡ ନାଇଟ କ୍ଲବ୍ ଦ୍ଵାରା ଏକ ସୁମଧୁର ସଙ୍ଗୀତ କାର୍ୟ୍ୟ କ୍ରମ ଅନୁଷ୍ଠିତ ହେଇଯାଇଛି । ପ୍ରଥମେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା ଏହି କାର୍ୟ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୁବ ସମାଜ ସେବୀ ଡାକ୍ତର ଅବିନାଶ ସାମଲ ଉପସ୍ଥିତ ରହି ନିଜ ବ୍ୟକ୍ତବ୍ୟ ରେ କହିଲେ ଅନେକ ବାଧା ବିଘ୍ନ ସତ୍ୱେ ବି ଗୁଡ ନାଇଟ କ୍ଲବ୍ ନିଜର ଧର୍ୟ୍ୟ ଓ କାର୍ୟ୍ୟ କରିବାର ଇଚ୍ଛା ଶକ୍ତି ପାଇଁ ଆଜି କାର୍ୟ୍ୟକ୍ରମ କୁ ସଫଳ କରି ପାରିଛନ୍ତି ।
ଯେତେବେଳେ ଢେଙ୍କାନାଳ ରେ କଳା ସଂସ୍କୃତି ଲୁଚି ଯାଉଛି , ସେତେବେଳେ ଗୁଡ ନାଇଟ କ୍ଲବ୍ ତାକୁ ବଞ୍ଚେଇ ରଖିବା ପାଇଁ ଯେଉଁ ସାଧୁ ଉଦ୍ୟମ କରୁଛି ତତ୍ ସହିତ ରକ୍ତ ଦାନ ,ରୋଗୀ ସେବା ଓ ଅନ୍ୟାନ୍ୟ ଜନହିତକର କାର୍ୟ୍ୟ କରୁଛନ୍ତି ମୁ କ୍ଲବ୍ ର ସମସ୍ତ ସଦସ୍ୟ ଙ୍କୁ ତାଙ୍କର ଏହି ମହତ କାର୍ୟ୍ୟ ପାଇଁ ଧନ୍ୟବାଦ ପ୍ରଦାନ କରୁଛି ।
ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଓକିଲ ସଂଘ ସଭାପତି ଗୋପାଳ ପାତ୍ର ଜିଲ୍ଲା ଅଗ୍ନି ସେବା ଅଧିକାରୀ ପ୍ରଶାନ୍ତ ଧଳ, ଜାଭିୟର ଏଜୁକେସନାଲ ଫାଉଣ୍ଡେସନ ରାଜ୍ୟ ଅଧ୍ୟକ୍ଷ କୁଳଦୀପ ରଥ ,ସେଣ୍ଟ ଜାଭିୟର୍ ସ୍କୁଲ ର ପ୍ରିନ୍ସିପାଲ୍ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ ଉପସ୍ଥିତ ରହି କ୍ଲବ୍ ର ମହତ କାର୍ୟ୍ୟ ଓ ସମସ୍ତ ସଦସ୍ୟ ଙ୍କ ସେବା ମନୋଭାବକୁ ଉଚ୍ଚ ପ୍ରଶଂସା କରିଥିଲେ । କ୍ଲବ୍ ର ସଭାପତି ସମବାୟବିତ୍ ସୁକାନ୍ତ ମିଶ୍ର ଙ୍କ ସଭାପତିତ୍ୱରେ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସମ୍ପାଦକ ସତ୍ୟ ସ୍ୱରୂପ ଦାସ ବିବରଣୀ ପାଠ କରିଥିବା ବେଳେ କାର୍ୟ୍ୟକାରି ସଭାପତି ରତନ ନାୟାର ମଞ୍ଚ ପରିଚାଳନା କରିଥିଲେ । ଦେବାଶିଷ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଚଳିତ ମେଟ୍ରିକ୍ ପରୀକ୍ଷା ରେ ୯୬%ଉର୍ଦ୍ଧ ରଖିଥିବା ଓଡ଼ିଶୀ ନୃତ୍ୟ ଶିଳ୍ପୀ ଶୁପ୍ରଜ୍ଞା ପ୍ରିୟଦର୍ଶିନୀ ଙ୍କୁ ସମ୍ମାନିତ କରାଯାଇଥିଲା । ଲକ୍ଷ୍ମୀକାନ୍ତ ସାହୁ ମାନ ପତ୍ର ପାଠ କରିଥିବା ବେଳେ କ୍ଲବ୍ ର କୋଷାଧ୍ୟକ୍ଷ ବିନୋଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଓଡ଼ିଶାର ବିଶିଷ୍ଟ କଣ୍ଟଶିଳ୍ପୀ ତାନସେନ ସିଂ ଓ ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ସୁପୁତ୍ର ଚିତ୍ରଭାନୁ ମହାନ୍ତି ଙ୍କ ସଙ୍ଗୀତ ରେ ଦର୍ଶକ ମତୁଆଲା ହୋଇଥିଲେ ।
