ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

ଭୂବନ,୨୨/୧୨/୨୦୨୪ (ଓଡ଼ିଶା ସମାଚାର)- ରେଙ୍ଗାଳି ବାମ କେନାଲ ବିଭାଜନ ସଂଖ୍ୟା ୪ ,ଭୁବନ ଆନୁକୂଲ୍ୟରେ ସେଚାଞ୍ଚଳ କୃଷକ ତାଲିମ କେନ୍ଦ୍ର ଠାରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି। ଭୁବନ ଡିଭିଜନ ୪ ଅଧିକ୍ଷଣ ଯନ୍ତ୍ରୀ ଦୁଃଖୁ କିସ୍କି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଥିଲେ ଯେ,ଚାଷୀ ମାନଙ୍କ  ସଂଗଠନ ପାଣି ପଞ୍ଚାୟତ । ତଳ ମୁଣ୍ଡ ଚାଷୀ କିଭଳି ପାଣି ପାଇବେ ସେଥି ପାଇଁ ଜଳସଂପଦ ବିଭାଗ ର ଚେଷ୍ଠା  ରହିବା ଆବଶ୍ୟକ । ୱ।ଲମି ର ଅଧିକାରୀ ପ୍ରଦ୍ୟୁମ୍ନ କୁମାର ମିଶ୍ର ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରୋଜେକ୍ଟ ପରିଚାଳନା  ସଦସ୍ୟ ଇଂ ଯୁଗଳ କିଶୋର ତ୍ରିପାଠୀ, ଯାଜପୁର ଅଧିକ୍ଷଣ ଯନ୍ତ୍ରୀ ସନ୍ତୋଷ ମାରାଣ୍ଡି, ପ୍ରଦୀପ କୁମାର ସାହୁ, ଭୁବନ ଉଦ୍ୟାନ ବିଭାଗ ଅଧିକାରୀ ମନୋରମା ମୁକୁଟ, ପୁର୍ବତନ ନଗରପାଳ ନନ୍ଦ କିଶୋର ସାହୁ, ଭୂବନ କୃଷକ ସମାଜ ସଭାପତି ବାସୁଦେବ ଗୁରୁ ,କୃଷକ ବିକାଶ ପରିଷଦ ସଂପାଦକ ରଥ ସେଠୀ ଗଡ ନୃସିଂହ ପ୍ରସାଦ ଅଗ୍ରଣୀ ଚାଷୀ ସରୋଜ ଜେନା ଉଦବୋଧନ ଦେଇଥିଲେ । ସୁକିନ୍ଦା – ଭୁବନ ପାଣି ପଞ୍ଚାୟତ ସମୁହର ସଂଯୋଜକ ପୁର୍ଣ୍ଣ ଚନ୍ଦ୍ର ସାହୂ ଧନ୍ୟବାଦ ଅର୍ପଣ କରିଥିଲେ ।

କେନ୍ଦ୍ରୀୟ କମିଟି ଗଠନ, ଶୀର୍ଷ କମିଟି ଗଠନ, ତଳ ମୁଣ୍ଡ ପର୍ଯ୍ୟନ୍ତ କେନାଲ ଖନନ, କାଡ଼ା କେନାଲ ନିର୍ମାଣରେ ଦଲାଲ୍ ହଟାଇବା, ସମସ୍ତ ପାଣି ପଞ୍ଚାୟତକୁ ମେସିନାରି ପ୍ରଦାନ ଆଦି ବିଷୟରେ  ଚାଷୀ ପ୍ରତିନିଧି ଅଭିଯୋଗ ରଖିଥିଲେ।  ଏହି ଅବସରରେ ବିଦ୍ୟାଳୟ ସ୍ତରରେ ହୋଇଥିବା ପ୍ରତିଯୋଗୀତା ରେ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *