ରାଜ୍ୟସ୍ତରୀୟ ଗୁରୁପୂଜନ ଉତ୍ସବ

କେନ୍ଦ୍ରାପଡ଼ା,୦୪/୦୯/୨୦୨୫(ଓଡ଼ିଶା ସମାଚାର)-ବର୍ତମାନ ସମସ୍ତ ଯୁବପିଢି ଓଡ଼ିଶାର ପରମ୍ପରାକୁ ଭୁଲି ବିଦେଶୀ ସଂସ୍କୃତିକୁ ଆପଣେଇ ନେଉଥିବା ବେଳେ ଓଡ଼ିଶାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡ଼ିଶା କଲଚର ଆର୍ଟ ଏକାଡେମୀ (ଓକା)ର ମିଳିତ ଆନୁକୁଲ୍ୟରେ ଓଡ଼ିଶାର ପରମ୍ପରାକୁ ଆଗେଇନେବା ଲାଗି ଭୁବନେଶ୍ୱର ଜୟଦେବ ଭବନରେ ରାଜ୍ୟ ସ୍ତରୀୟ ଗୁରୁପୂଜନ ଉତ୍ସବ ଓ ସ୍ୱର ମହ୍ଳାର କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦେଶକ ଦିନେଶ କୁମାର ମଲ୍ଲିକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିକାରୀ ଡ଼କ୍ଟର ତ୍ରିଲୋଚନ ବରାଳ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ ।

ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସମାଜସେବୀ ଶିକ୍ଷାବିତ୍ ତଥା ଓକାର ପରାମର୍ଶଦାତା ଶଶଧର ପଣ୍ଡା, ବିଶିଷ୍ଟ ଅତିଥି ଭାବେ ଓଡ଼ିଆ ଫିଲ୍ମ ଜଗତର ଆଗଧାଡିର ଜଣାଶୁଣା ଫିଲ୍ମ ନିର୍ଦେଶକ,ପ୍ରଯୋଜକ ଓ ଅଭିନେତା ଶ୍ରୀକାନ୍ତ ଗୌତମ, ସମ୍ମାନୀତ ଅତିଥି ଭାବେ ଓଡିଶୀ ରିସର୍ଚ୍ଚ ସେଂଟରର ଓଡିଶୀ ସଙ୍ଗୀତ ଗୁରୁ ସୁଶ୍ରୀ ବୀଣାପାଣି ନାୟକ ଓ ଗୁରୁଶ୍ରୀ କେଶବ ଚନ୍ଦ୍ର ରାଉତ, ଫିଲ୍ମ ଅଭିନେତା ଅଭିନବ ସିଂହ ଓ ମାମା ବିଶ୍ୱାଳ, ଓଡିଶା ଭାଗବତ ଟୁଙ୍ଗୀ ପ୍ରଚାର ସମିତି ସଭାପତି ନଙ୍ଗୁଳି ବାବା, ଶିକ୍ଷାବିତ୍ ତଥା ଓକା ର ପରାମର୍ଶଦାତା ନବ କିଶୋର ଦାସ ପ୍ରମୁଖ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମର ଆୟୋଜକ ତଥା ସମ୍ପାଦକ ଓ ସଙ୍ଗୀତ ନିର୍ଦ୍ଧେଶକ ବସନ୍ତ କୁମାର ଦାସ ପ୍ରାରମ୍ଭରେ ଗୁରୁପୂଜନ ଉତ୍ସବର ଆଭିମୁଖ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶିକ୍ଷକ, ଅଧ୍ୟାପକ, ଗୁରୁ, କଳାକାର ଓ ସମାଜସେବୀ ମାନଙ୍କୁ ଗୁରୁଶ୍ରୀ ସମ୍ମାନ, ଓଡ଼ିଶା ଗୌରବ ସମ୍ମାନ, ଶିଶୁ ଓ ଯୁବ ପ୍ରତିଭା ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଓଡିଶୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । ସ୍ମୃତି ଆଚାର୍ଯ୍ୟ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ଉପସ୍ଥାପକ ଭାବେ ଅଭିନେତା ପ୍ରଦୀପ ବିହାରୀ ଓ ନୃତ୍ୟଗୁରୁ ମୋନାଲିସା ଷଡ଼ଙ୍ଗୀ, ପରିଚାଳନାରେ ଅଭିନେତା ନିରାକାର ମହାରଣା, ଅକ୍ଷୟ କୁମାର ସାମଲ, ସୁଶାନ୍ତ କୁମାର ପରିଡ଼ା, ମୋନାଲିସା ମୁଦୁଲି, ଉର୍ମିଳା ମିଶ୍ର, ସୁଭାସିନୀ ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ । ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା କଳାକାର, ଶିକ୍ଷକ, ଗୁରୁ ଓ କଳାପ୍ରେମୀ ଉପସ୍ଥିତ ରହି ଭୁରି ଭୁରି ପ୍ରଶଂସା କରିଥିଲେ ।

Leave a Reply

Your email address will not be published. Required fields are marked *