ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସାମାଜିକ ଗଣମାଧ୍ୟମ କ୍ଷେତ୍ର ନିରାପତ୍ତା ଓ ସାଇବର ଆଇନ ସମ୍ବନ୍ଧୀୟ ସଚେତନତା ସଭା।

 ଯାଜପୁର ୨୯/୯/୨୦୨୪ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସିଭିଲ୍ କୋର୍ଟ ଭିଡିଓ  କନଫରେନ୍ସ ହଲ୍ ଠାରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀ ଅମୃତ ରଞ୍ଜନ ନନ୍ଦ ଙ୍କ ଅଧ୍ୟକ୍ଷତା ରେ ସାମାଜିକ ଗଣମାଧ୍ୟମ କ୍ଷେତ୍ର ନିରାପତ୍ତା ଓ ସାଇବର ଆଇନ ସମ୍ବନ୍ଧୀୟ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ବିଷୟ ବିଶାରଦ ଭାବେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ ର ଇନଷ୍ଟ୍ରକ୍ଟର ଡିଏସପି ଅକ୍ଷୟ କୁମାର ନାୟକ ଯୋଗ ଦେଇ ସାମାଜିକ ଗଣମାଧ୍ୟମ ର ବିଭିନ୍ନ କ୍ଷେତ୍ର ତାର ଉପଯୋଗ ନିରାପତ୍ତା ସହିତ ସାଇବର ଅପରାଧ ସେ ସଂକ୍ରାନ୍ତୀୟ ଆଇନ ଓ ତାର ପ୍ରୟୋଗ ବିଷୟ ରେ ଆଲୋଚନା କରିବା ସହ ସ୍ମାର୍ଟ ଫୋନ୍ ର ସୁଧାର ବ୍ୟବହାର ବିଷୟ ରେ ଜଣାଇଥିଲେ।ଏହି ସଭା ରେ ଜିଲ୍ଲା କୋର୍ଟ ର ସମସ୍ତ ବିଚାର ବିଭାଗୀୟ ଅଧିକାରୀ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ,ପ୍ରାକ୍ତନ ଓ ବର୍ତ୍ତମାନ ର ପ୍ରାଧିକରଣ ସଦସ୍ୟ,ବିଭିନ୍ନ ଓକିଲ ସଂଘ ର ସଭାପତି ସମ୍ପାଦକ,ପ୍ୟାନେଲ ଆଡଭୋକେଟ୍ ଏବଂ ପିଏଲଭି ମାନେ ଉପସ୍ଥିତ ରହି ସକ୍ରୀୟ ଅଂଶ ଗ୍ରହଣ କରିଥିଲେ ।

ଆଇନ ସେବା ପ୍ରାଧିକରଣ ର ସଚୀବ ଜ୍ୟୋତିର୍ମୟୀ ଦାସ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ପ୍ରାଧିକରଣ ର କର୍ମଚାରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *