ରାଏସର ଖରିସାଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ

ଗରଦପୁର ୧୬/୦୮/୨୦୨୬ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ପଳସୁଧା ପଂଚାୟତରେ ଅବସ୍ଥିତ ରାଏସର ଖରିସାଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ମହା ଆଡମ୍ବରରେ ପାଳିତ ହୋଇଛି। ବିଦ୍ୟାଳୟରେ ସକାଳ ୭.୪୫ ରେ ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଭାତ ଫେରି କରାଯାଇଥିଲା। ଏହାପରେ ବିଦ୍ୟାଳୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜକିଶୋର ରାଉତ ସଭାପତିତ୍ୱ କରିଥିଲେ । ପୂର୍ବତନ ସରପଞ୍ଚ ତଥା ବିଦ୍ୟାଳୟ ପଞ୍ଚଶଖା ଶିକ୍ଷା ସେତୁ ର ସଭାପତି ଅନୁଜ କୁମାର ମହାନ୍ତି ସଭା ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜ ସେବି ସୀତାକାନ୍ତ ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅଭୟ ଜେନା ଓ ପୂର୍ବତନ ସଭାପତି ସରୋଜ କୁମାର ମଲ୍ଲିକ ଯୋଗ ଦେଇଥିଲେ।

ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ଦେଶାତ୍ମକବୋଧ ସଙ୍ଗୀତ ଓ ବକୃତା ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଅଭିଆରା ଫାଉଣ୍ଡେସନ ତରଫରୁ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମିଠା ସହ ପୁରସ୍କାର ଓ କୃତି ଛାତ୍ରଛାତ୍ରୀମାନଙ୍କୁ ବିଶେଷ ପୁରସ୍କାର ଦେଇଥିବା ବେଳେ ଆଗାମୀ ଦିନରେ ବିଦ୍ୟାଳୟକୁ ପ୍ୟାରେଡ ପାଇଁ ଡ୍ରମ ଓ ବିଗୁଲ ଯୋଗାଇ ଦେବାକୁ ପ୍ରତିଶୃତି ମିଳିଥିଲା।ଏଭଳି ସମାଜ ସେବା ମୂଳକ କାର୍ୟ୍ୟ ପାଇଁ ଅଭିଆରା ଫାଉଣ୍ଡେସନର କର୍ଣ୍ଣଧାର ଅଭିମନ୍ୟୁ ମଲ୍ଲିକଙ୍କୁ ସମଗ୍ର ଅଞ୍ଚଳରୁ ପ୍ରଶଂସାର ସୁଅ ଛୁଟି ଆସିଛି। ମଧୁବାବୁ ଫାଉଣ୍ଡେସନ ତରଫରୁ ପ୍ରତି ବର୍ଷ ପରି ଦଶମ ଶ୍ରେଣୀର ସର୍ବାଧିକ ନମ୍ବର ରଖିଥିବା କୃତି ଛାତ୍ର/ଛାତ୍ରୀକୁ ୨୦୦୦ଟଙ୍କା ଅର୍ଥ ରାଶି ପୁରସ୍କାର ଦିଆଯାଇଥିଲା। ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ କୁନପ୍ରଭା ନନ୍ଦୀ, ଡକ୍ଟର ରଶ୍ମିରେଖା ଦାସ, ଅମ୍ରିତା ମହାପାତ୍ର, ରାଜା ମହାରାଜ, ସୁଶାନ୍ତ କୁମାର ଦାସ, ସେକ ମହମ୍ମଦ ଶାକୀର ଅହମ୍ମଦ, ସରୋଜିନୀ ତରାଇ,ଶ୍ରୀତମ ଦାସ, ପ୍ରଶାନ୍ତ କୁମାର ପ୍ରଧାନ, ସ୍ମିତା ସ୍ୱାଇଁ, ସୁପ୍ରଭା ପାତ୍ର, ନିବେଦିତା ଯୋଗନିଆ, ସୁନିତା ମିଶ୍ର,ଶିକ୍ଷା କର୍ମଚାରୀ ସୋହେଲ ଅଜିଜ, ସେକ ମେହେମୁଦୁଲ ହସନ ଓ ଅଭିଆରା ଫାଉଣ୍ଡେସନ ତରଫରୁ ପ୍ରତିନିଧି ମନୋଜ ମଲ୍ଲିକ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷକ ପ୍ରଶାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *